ପଡୋଶୀ ଦେଶମାନଙ୍କ ସହାୟତାରେ ଚୀନକୁ ଘେରିବାକୁ ଚେଷ୍ଟା କରୁଛି ଭାରତ 

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ASEAN ସମ୍ମିଳନୀରେ ଭାଗନେବାକୁ ଇଣ୍ଡୋନେସିଆ ଗସ୍ତରେ ଯିବେ । ମୋଦିଙ୍କ ଏହି ଗସ୍ତ G-20 ସମ୍ମିଳନୀର ଠିକ ୩ ଦିନପୂର୍ବରୁ ହେବାକୁ ଯାଉଛି । ମୋଦିଙ୍କ ଏହି ଗସ୍ତ ପୂର୍ବରୁ ଏବେ ଏକ ଚର୍ଚ୍ଚା ଜୋର ଧରିଛି ଯେ ଚୀନର ପଡୋଶୀ ଦେଶମାନଙ୍କ ସହାୟତାରେ ଭାରତ ଚିନକୁ ଘେରିବାକୁ ଚେଷ୍ଟା କରୁଛି ।

ମୋଦିଙ୍କ ଏହି ଗସ୍ତ କାହିଁକି ଏତେ ଗୁରୁତ୍ୱପୂର୍ଣ !

ASEAN କଣ ?  କେଉଁ କେଉଁ ଦେଶ ଏହାର ସଭ୍ୟ  ?

ଆମେରିକା-ରୁଷର ଶତ୍ରୁତାରୁ ସୃଷ୍ଟି ହେଲା ASEAN

୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ପରେ ଦକ୍ଷିଣ ପୂର୍ବ ଏସିୟ ଦେଶଗୁଡିକ ଜାପାନ ଏବଂ ପାଶ୍ଚାତ୍ୟ ଦେଶଗୁଡିକ କବଳରୁ ମୁକ୍ତି ପାଇଁ ସ୍ବାଧୀନତା ଲାଭ କରିଥିଲେ ।  ଜାପାନ ସହିତ ସେମାନଙ୍କର ଯୁଦ୍ଧ ସମାପ୍ତ ହେଲା କିନ୍ତୁ ବିଚାରଧାରା ଓ ସୀମାକୁ ନେଇ ନିଜନିଜ ଭିତରେ ଯୁଦ୍ଧ ଆରମ୍ଭ ହେଇଗଲା ।  ଏହା  ଆମେରିକା ଏବଂ ସୋଭିଏତ୍ ୟୁନିଅନ୍ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ସମୟ ଥିଲା ।

୧୯୬୫ ରେ ଇଣ୍ଡୋନେସିଆରେ ଚୀନ୍ ସମର୍ଥିତ ସୁକର୍ଣ୍ଣୋ ସରକାରଙ୍କ ପତନ ହେଇଥିଲା ।  ଏହା ପରେ ୧୯୬୬ ରେ ମାଲେସିଆ ଏବଂ ଇଣ୍ଡୋନେସିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟ ସମାପ୍ତ ହେଇଯାଇଥିଲା ।  ଯଦିଓ ସେତେବେଳେ ଭିଏତନାମରେ କମ୍ୟୁନିଷ୍ଟଙ୍କ ବିରୋଧରେ ଆମେରିକା ତାର ଯୁଦ୍ଧ ଅଭିଯାନ ବଜାୟ ରଖିଥିଲା । ତା’ପରେ ୧୯୬୭ ରେ ଦକ୍ଷିଣ ପୂର୍ବ ଏସିଆର ୫ ଟି ଦେଶ ପାରସ୍ପରିକ ଶତ୍ରୁତାକୁ ଭୁଲି ବ୍ୟାଙ୍କକରେ ମିଳିତ ହେଲେ । ଏଥିରେ ମାଲେସିଆ, ଇଣ୍ଡୋନେସିଆ, ଫିଲିପାଇନ୍ସ, ସିଙ୍ଗାପୁର ଏବଂ ଥାଇଲ୍ୟାଣ୍ଡ ଅନ୍ତର୍ଭୁକ୍ତ ଥିଲେ ।  ଏହି ଦେଶଗୁଡିକ ସ୍ଥିର କଲେ ଯେ ସେମାନେ ବାମପନ୍ଥୀ ଚିନ୍ତାଧାରା ପ୍ରସାର ବନ୍ଦ କରିବା ଓ ସେହି ଅଞ୍ଚଳର ଶାନ୍ତି ଏବଂ ସମୃଦ୍ଧତା ପାଇଁ କାର୍ଯ୍ୟ କରିବେ ।

ଏହିପରି ଭାବେ  ASEAN ଅର୍ଥାତ୍ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରଗୁଡିକର ଆସୋସିଏସନର ମୂଳଦୁଆ ପଡିଥିଲା । ୧୯୯୦  ଦଶକରେ ଶୀତଳ ଯୁଦ୍ଧ ସମାପ୍ତ ହେବା ପରେ ୫  ଟି ନୂତନ ଦେଶ କାମ୍ବୋଡିଆ, ଭିଏତନାମ, ବ୍ରୁନେଇ, ଲାଓସ୍ ଏବଂ ମିଆଁମାର ମଧ୍ୟ ଏହି ସଂଗଠନରେ ଯୋଗ ଦେଇଥିଲେ । ଏହି ଦେଶଗୁଡିକ ପରସ୍ପର ସହ ଅର୍ଥନୈତିକ ଭାଗିଦାରୀ ବୃଦ୍ଧି କରିବାକୁ ସ୍ଥିର କଲେ । ଏବଂ କୌଣସି ପ୍ରକାର ବିବାଦ ସ୍ଵତେ ଯୁଦ୍ଧ କରିବେନାହିଁ ବୋଲି ସଂକଳ୍ପ ନେଲେ । ବର୍ତ୍ତମାନ ASEAN ରେ ୧୦ ଟି ଦେଶ ସଭ୍ଯ ଅଛନ୍ତି ।

ଭାରତ ASEAN ର ସଦସ୍ୟ ନୁହେଁ, ତଥାପି ଏତେ ଆଗ୍ରହ କାହିଁକି…

ଭାରତ ଏବଂ ASEAN ଦେଶ ମଧ୍ୟରେ ସମ୍ପର୍କ ୧୯୯୦ ଦଶକରୁ ଆରମ୍ଭ ହୋଇଥିଲା ।  ଯେତେବେଳେ ନରସିଂହ ରାଓଙ୍କ ସରକାର ୧୯୯୨ ରେ ଆକ୍ଟ-ଇଷ୍ଟ ପଲିସି ଆରମ୍ଭ କରିଥିଲେ । ନେହେରୁ ସର୍ବଦା ଦକ୍ଷିଣ ପୂର୍ବ ଏସିଆର ଦେଶଗୁଡ଼ିକୁ ପାଶ୍ଚାତ୍ୟ ଦେଶର ଗୋଡାଣିଆ ଦେଶସମୂହ ବୋଲି ବିବେଚନା କରୁଥିଲେ ଯେଉଁମାନେ ଏବେ ବର୍ତ୍ତମାନ ଭାରତ ପାଇଁ ଅର୍ଥନୈତିକ ମଡେଲ ଭାବରେ ଉଭା ହେଇଛନ୍ତି ।

‘ଇକୋନୋମିଷ୍ଟ’ ଲେଖିବା ଅନୁସାରେ ଯେ ASEAN ଦେଶଗୁଡିକର ପଦାଙ୍କ ଅନୁସରଣ କରି ଭାରତ ଏହାର ଅର୍ଥନୀତିରେ ଉନ୍ନତି କରୁଛି । ବାସ୍ତବରେ ପାରସ୍ପରିକ ମତଭେଦ ସମାପ୍ତ ହେବା ପରେ ASEAN ଦେଶଗୁଡିକ ଦ୍ରୁତ ଅର୍ଥନୈତିକ ବିକାଶ କରିଛନ୍ତି ।  ASEAN ଦ୍ରୁତ ଗତିରେ ବିକାଶଶୀଳ ଅର୍ଥନୀତିର ଏକ ଗୋଷ୍ଠୀ ହେଲା , ଯେଉଁଠି ଏବେ ବହୁତ ଦେଶ ଯୋଗଦେବାକୁ ଚାହୁଁଛନ୍ତି ।  ଅନେକ ବିକଶିତ ଦେଶ ଅପେକ୍ଷା ସିଙ୍ଗାପୁରର ମୁଣ୍ଡପିଛା ଆୟ ବହୁତ ଭଲ । ୨୦୧୦ ରେ ପ୍ରାୟ ୬ ବର୍ଷ ଧରି ଆଲୋଚନା ଓ ବୈଠକ ଠକ ପରେ ଭାରତ ASEAN ଅର୍ଥାତ୍ ଆସୋସିଏସନ୍ ଅଫ୍ ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡିକ ସହିତ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କଲା । ୨୦୧୪ ରେ ଯେତେବେଳେ ବିଜେପି ସରକାର ଗଠନ ହୋଇଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଲୁକ୍-ଇଷ୍ଟ ପଲିସିକୁ ଆକ୍ଟ-ଇଷ୍ଟ ପଲିସିରେ ପରିଣତ କରିଥିଲେ ।

ଭାରତର ବାଣିଜ୍ୟର ୫୫% ଦକ୍ଷିଣ ଚୀନ୍ ସାଗର ଦେଇ ହୋଇଥାଏ । ଏଭଳି ପରିସ୍ଥିତିରେ ଭାରତ ପାଇଁ ଏହି ଦେଶଗୁଡ଼ିକ ସହିତ ଭଲ ସମ୍ପର୍କ ବଜାୟ ରଖିବା ଅତ୍ୟନ୍ତ ଜରୁରୀ ଅଟେ। ଏହା ବ୍ୟତୀତ ସାମୁଦ୍ରିକ ସୁରକ୍ଷା ହେତୁ ASEAN ଦେଶଗୁଡ଼ିକର ଗୁରୁତ୍ୱ ମଧ୍ୟ ଭାରତ ପାଇଁ  ବହୁତ ଅଧିକ ଅଟେ । ଦକ୍ଷିଣ ଚୀନ୍ ସାଗରରେ ଚୀନ୍ ନିଜର ଦାଦାଗିରି ଦେଖେଇ ଆସୁଛି ।  ଏହି କାରଣରୁ ASEAN ଦେଶମାନଙ୍କ ସହିତ କେବଳ ଗୋଟିଏ ବିକଳ୍ପ ବାକି ରହିଲା ଏବଂ ସେମାନେ ଆମେରିକା ସହିତ ସମ୍ପର୍କ ମଜବୁତ କରିବାକୁ ଲାଗିଲେ | ବର୍ତ୍ତମାନ ASEAN ଦେଶଗୁଡିକ ସମ୍ମୁଖରେ ଭାରତ ନିଜକୁ ଏକ ତୃତୀୟ ବିକଳ୍ପ ଭାବରେ ଉପସ୍ଥାପନ କରୁଛି । ASEAN ଦେଶଗୁଡିକ ମଧ୍ୟ ଭାରତର ଗୁରୁତ୍ୱ ବୁଝିବାକୁ ଆରମ୍ଭ କଲେଣି । ସେମାନେ ଚାହୁଁଛନ୍ତି ଯେ ସଂଗଠନରେ ଭାରତର ଭୂମିକା ବୃଦ୍ଧି ହେଉ । ଚୀନର ବଢୁଥିବା ପ୍ରଭାବକୁ  ପ୍ରତିହତ କରିବା ଉଦ୍ଦେଶ୍ୟରେ ଆମେରିକା ମଧ୍ୟ ଏହି ଅଞ୍ଚଳରେ ଭାରତର ଭୂମିକାକୁ ଗ୍ରହଣ କରିବା ଆରମ୍ଭ କରିଛି। ଏହାପୂର୍ବରୁ ସେ ଏହି ଅଞ୍ଚଳକୁ ଏସିଆ-ପ୍ରଶାନ୍ତ ମହାସାଗରୀୟ ବୋଲି କହୁଥିଲେ। ବର୍ତ୍ତମାନ ଏହାକୁ ଇଣ୍ଡୋ-ପାସିଫିକ୍ ଅଞ୍ଚଳ କୁହାଯାଉଛି ।

ଭାରତ ASEAN ଦେଶକୁ ଅସ୍ତ୍ରଶସ୍ତ୍ର ଦେଇ ଚୀନକୁ ତାରି ଚାରିପାଖରେ ଘେରିବାକୁ ଚେଷ୍ଟା କରୁଛି

ASEAN ଦେଶମାନଙ୍କ ମଧ୍ୟରେ ଅସ୍ତ୍ରଶସ୍ତ୍ରର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି  ।  SIPRI (ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ) ର ୨୦୨୩ ରିପୋର୍ଟ ଅନୁଯାୟୀ ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡିକର ସାମରିକ ଖର୍ଚ୍ଚ ଦୁଇ ଦଶନ୍ଧି ମଧ୍ୟରେ ଦ୍ୱିଗୁଣିତ ହୋଇଛି  । ୨୦୦୦ ମସିହାରେ, ଏହି ଦେଶଗୁଡିକ ସେମାନଙ୍କ ସୁରକ୍ଷା ପାଇଁ ୧.୬୭ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଥିଲେ | ଯାହା ୨୦୨୧ ରେ ୩.୫୭ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

୨୦୧୩ ରେ ସାମରିକ ଖର୍ଚ୍ଚରେ ହଠାତ ଏକ ବଡ ବୃଦ୍ଧି ଦେଖିବାକୁ ମିଳିଥିଲା । ଦକ୍ଷିଣ ଚୀନ୍ ସାଗର ଅଞ୍ଚଳରେ ଚୀନ୍ ନିଜର ଏକଚାଟିଆ ଅଧିକାର ସାବ୍ୟସ୍ତ କରିଥିଲା । ଏହାଦ୍ବାରା ASEAN ର ୧୦ ଟି ଦେଶ ମଧ୍ୟରୁ ୫ଟି ଚୀନ୍‌ର ଏହି କାର୍ଯ୍ୟକଳାପକୁ ବିରୋଧ କରିବା ଆରମ୍ଭ କରିଦେଲେ । ଏହି ଦେଶଗୁଡିକ ମଧ୍ୟରେ ମାଲେସିଆ, ଭିଏତନାମ, ବ୍ରୁନେଇ, ଫିଲିପାଇନ୍ସ ଏବଂ ଇଣ୍ଡୋନେସିଆ ଅନ୍ତର୍ଭୁକ୍ତ ।  ଏହି ଦେଶଗୁଡିକରେ ଅସ୍ତ୍ରଶସ୍ତ୍ର ଉତ୍ପାଦନ ବହୁତ କମ୍ ଅଟେ ।  ASEAN ରୁ କେବଳ ସିଙ୍ଗାପୁରର କମ୍ପାନୀ ବିଶ୍ଵର ୧୦୦ ଶ୍ରେଷ୍ଠ ଅସ୍ତ୍ରଶସ୍ତ୍ର ଉତ୍ପାଦନକାରୀ କମ୍ପାନୀ ମଧ୍ୟରେ ଅଛି ।

ଏଭଳି ପରିସ୍ଥିତିରେ ଦକ୍ଷିଣ ଚୀନ୍ ସାଗରରେ ଚୀନକୁ ଚ୍ୟାଲେଞ୍ଜ କରିବା ପାଇଁ ସେମାନଙ୍କୁ ଅନ୍ୟ ଦେଶରୁ ଅସ୍ତ୍ରଶସ୍ତ୍ର ଆମଦାନୀ କରିବାକୁ ପଡୁଛି । ଏହା ଭାରତପାଇଁ ଏକ ନୂତନ ସୁଯୋଗ ସୃଷ୍ଟି କରିଛି । ଏହି ଅସ୍ତ୍ରଶସ୍ତ୍ର ବଜାରରେ ପ୍ରବେଶ ପାଇଁ ଭାରତ ମଧ୍ୟ ଦ୍ରୁତ ଗତିରେ କାର୍ଯ୍ୟ କରୁଛି ।

ଭାରତ ପାଇଁ ଗୋଟିଏ ଗୁଳିରେ ଦୁଇଟି ଶିକାର

୧- ଭାରତ ମହାସାଗରରୁ ଚୀନର ନଜର ହଟେଇବା

ବିଶେଷଜ୍ଞ ମାନଙ୍କ କହିବ ଅନୁସାରେ ଚୀନ୍ ଏକ ମହାଶକ୍ତି ହେବାକୁ ବିସ୍ତାରବାଦ ନୀତି ଗ୍ରହଣ କରୁଛି। ଏହାକୁ ଚ୍ୟାଲେଞ୍ଜ କରୁଥିବା ସେହି ଦେଶଗୁଡ଼ିକୁ ଘେରିବାକୁ ଚେଷ୍ଟା କରୁଛି ଯେଉଁ ଦେଶଗୁଡିକୁ ସେ ନିଜର ପ୍ରତିଦ୍ଵନ୍ଦୀ ବୋଲି ଭାବୁଛି । ଭାରତ ଏହି ଦେଶମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ । ପୂର୍ବରୁ ଶ୍ରୀଲଙ୍କାକୁ ଋଣଜାଲରେ ଛନ୍ଦି ଭାରତ ମହାସାଗରରେ ପ୍ରବେଶ କରିସାରିଛି । ଚୀନ ମିଆଁମାର ଏବଂ ମାଲଦ୍ୱୀପରେ ବ୍ୟାପକ ଭିତ୍ତିଭୂମିର ବିକାଶ କରିଛି ।  ଭାରତ ଏହାକୁ ନେଇ ଆପତ୍ତି ମଧ୍ୟ ଜଣାଇଛି । ଏଭଳି ପରିସ୍ଥିତିରେ ASEAN ଦେଶଗୁଡ଼ିକୁ ଅସ୍ତ୍ର ଯୋଗାଇ ଭାରତ ଚୀନ୍‌ର ଧ୍ୟାନକୁ ଭାରତ ମହାସାଗରରୁ ଦକ୍ଷିଣ ଚୀନ୍ ସାଗରକୁ ହଟାଇବାକୁ ଚେଷ୍ଟା କରୁଛି ।ମାର୍ଚ୍ଚ ୨୦୨୩ରେ ଭାରତର ବ୍ରହ୍ମୋସ୍ ଏରୋସ୍ପେସ୍ କମ୍ପାନୀ କହିଛି ଯେ ସେ  ଇଣ୍ଡୋନେସିଆକୁ ସୁପରସୋନିକ୍ କ୍ଷେପଣାସ୍ତ୍ର ଯୋଗାଇବାକୁ ପ୍ରସ୍ତୁତ ଅଛି । ୧୬ ହଜାର କୋଟି ଟଙ୍କାର ଏହି ଚୁକ୍ତି ପାଇଁ ପ୍ରାରମ୍ଭିକ  ଆଲୋଚନା ସରିଛି ।  ଏଥି ସହିତ ଫିଲିପାଇନ୍ସ ସହିତ ଭାରତ ୩୧ ହଜାର କୋଟି ଟଙ୍କା ମୂଲ୍ୟର ଚୁକ୍ତି ସ୍ବାକ୍ଷର କରିଛି। ଏହା ଚୁକ୍ତି ଅନୁଯାୟୀ  ଭାରତ ଚଳିତ ବର୍ଷ ଶେଷ ସୁଦ୍ଧା ଫିଲିପାଇନ୍ସକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଯୋଗାଇଦେବ ।

୨. ଚୀନକୁ ନିଜ ପଡ଼ୋଶୀ ଦେଶମାନଙ୍କ ଦ୍ଵାରା ଘେରିବା  

ASEAN ଦେଶମାନଙ୍କୁ ଅସ୍ତ୍ରଶସ୍ତ୍ର ଦେଇ ଭାରତ କେବଳ ଚୀନ୍ କୁ ଭାରତ ମହାସାଗରରୁ ବାହାର କରିବାକୁ ଚେଷ୍ଟା କରୁନାହିଁ, ବରଂ ଏହା ମାଧ୍ୟମରେ ଏହା ଚୀନ୍କୁ ତାରି ପଡ଼ୋଶୀ ଦେଶମାନଙ୍କ ଦ୍ଵାରା ଘେରିବାକୁ ଚେଷ୍ଟା କରୁଛି । ପ୍ରକୃତରେ ଭାରତ ଯେଉଁ ଅସ୍ତ୍ରଶସ୍ତ୍ର ଓ କ୍ଷେପଣାସ୍ତ୍ର ASEAN ଦେଶମାନଙ୍କୁ ଦେବାକୁ ଯାଉଛି ସେଗୁଡିକ ଦକ୍ଷିଣ ଚୀନ୍ ସାଗର ନିକଟରେ ନିୟୋଜିତ ହେବ। ଭାରତ କେବଳ ବ୍ରହ୍ମୋସ ନୁହେଁ ଯୁଦ୍ଧ ବିମାନ ତେଜସକୁ ମଧ୍ୟ ASEAN ଦେଶକୁ ବିକ୍ରୟ କରିବାକୁ ଯୋଜନା କରୁଛି ଯାହାଦ୍ୱାରା ଦକ୍ଷିଣ ଚୀନ୍ ସାଗରରେ ଚାଇନାର ଜାହାଜ ଉପରେ ନଜର ରଖାଯାଇପାରିବ ।