କନକ ବ୍ୟୁରୋ: କିକ୍ରେଟରେ ଇତିହାସ ରଚିଛି ଭାରତ । ଟେଷ୍ଟ, ଦିନିକିଆ, ଟି-୨୦ ତିନି ଫର୍ମାଟରେ ଭାରତ ଏକ ନମ୍ବର ସ୍ଥାନରେ ରହିଛି । ନାଗପୁର ଟେଷ୍ଟରେ ଅଷ୍ଟ୍ରେଲିଆକୁ ଏକ ପାଳି ଏବଂ ଶହେରୁ ଅଧିକ ରନରେ ହରାଇବା ପରେ କଙ୍ଗାରୁ ଦଳକୁ ପଛରେ ପକାଇ ଟେଷ୍ଟରେ ଏକ ନମ୍ବର ର୍ୟାଙ୍କ ଆସିଛି ଭାରତ ।

Advertisment

ପୂର୍ବରୁ ଭାରତ ଟି-୨୦ ଏବଂ ଦିନିକିଆ ଫର୍ମାଟରେ ଏକ ନମ୍ବରରେ ରହିଥିଲା । ଏବେ ଟେଷ୍ଟ ରାଙ୍କିଙ୍ଗରେ ଭାରତ ୧୧୫ ପଏଣ୍ଟ ସହ ଏକ ନମ୍ବରରେ ରହିଥିବା ବେଳେ ୧୧୧ ପଏଣ୍ଟ ସହ ଦ୍ୱିତୀୟରେ ଅଷ୍ଟ୍ରେଲିଆ ଏବଂ ୧୦୬ ପଏଣ୍ଟ ସହ ତୃତୀୟରେ ରହିଛି ଇଂଲଣ୍ଡା । ସେହିପରି ଦିନିକିଆ ରାଙ୍କିରେ ୧୧୪ ପଏଣ୍ଟ ସହ ଭାରତ ଏକ ନମ୍ବରରେ ରହିଥିବା ବେଳେ ୧୧୨ ପଏଣ୍ଟ ସହ ଅଷ୍ଟ୍ରେଲିଆ ଦ୍ୱିତୀୟରେ ରହିଥିବା ବେଳେ ଏବଂ ୧୧୧ ପଏଣ୍ଟ ସହ ତୃତୀୟରେ ଅଛି ନ୍ୟୁଜିଲାଣ୍ଡ । ଟି-୨୦ ଫର୍ମାଟରେ ଭାରତ ୨୬୭ ପଏଣ୍ଟ ସହ ଏକ ନମ୍ବରରେ ରହିଥିବା ବେଳେ ଇଂଲଣ୍ଡ ୨୬୬ ପଏଣ୍ଟ ସହ ଦ୍ୱିତୀୟ ଏବଂ ୨୫୮ ପଏଣ୍ଟ ସହ ପାକିସ୍ତାନ ତୃତୀୟରେ ରହିଛି ।

କ୍ରିକେଟରେ ନମ୍ବର ୱାନ ଭାରତ

  • ଟେଷ୍ଟ, ଦିନିକିଆ ଓ ଟି-୨୦ରେ ନମ୍ବର ୱାନ
  • ଟେଷ୍ଟର ଶୀର୍ଷ ରାଙ୍କକୁ ଉଠିଲା ଭାରତ
  • ଏସିଆର ପ୍ରଥମ ଟିମ୍ ତିନୋଟି ଫର୍ମାଟରେ ନମ୍ବର ୱାନ
  • ଦିନିକିଆରେ ୧୧୪ ପଏଣ୍ଟ ସହ ଏକ ନମ୍ବର
  • ଟି-୨୦ରେ ୨୬୭ ପଏଣ୍ଟ ସହ ଏକ ନମ୍ବର
  • ଟେଷ୍ଟରେ ୧୧୫ ପଏଣ୍ଟ ସହ ଏକ ନମ୍ବର