କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଶନିବାର ମହିଳାଙ୍କ ପ୍ରସଙ୍ଗ ଉଠାଇବାକୁ ଯାଇ ଭାରତକୁ ପୃଥିବୀର ଦୁଷ୍କର୍ମ ରାଜଧାନୀ ବୋଲି ଅଭିହିତ କରିଛନ୍ତି । ରାହୁଲ କହିଛନ୍ତି, ଏବେ ଅନ୍ୟ ଦେଶର ଲୋକେ ପଚାରୁଛନ୍ତି- କାହିଁକି ଭାରତ ନିଜ ଝିଅବୋହୂଙ୍କୁ ସୁରକ୍ଷା ଦେଇ ପାରୁ ନାହିଁ ?
ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି, ଉତ୍ତର ପ୍ରଦେଶର ଜଣେ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକଙ୍କ ନାମରେ ମହିଳାଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ଥିଲେ ମଧ୍ୟ ମୋଦୀ ଏହାକୁ ନେଇ ଗୋଟିଏ ଶବ୍ଦ ବି କହୁ ନାହାନ୍ତି ।
#WATCH Rahul Gandhi in Wayanad,Kerala: India is known as the rape capital of the world. Foreign nations are asking the question why India is unable to look after its daughters & sisters. A UP MLA of BJP is involved in rape of a woman & the Prime Minister doesn't say a single word pic.twitter.com/FOE35sflGT
— ANI (@ANI) December 7, 2019
ଏହାପୂର୍ବରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କୁ ନେଇ ଦୁଃଖ ପ୍ରକାଶ କରି କହିଛନ୍ତି ଆଉ ଜଣେ ଝିଅ ନ୍ୟାୟ ଓ ସୁରକ୍ଷା ଆଶାରେ ସବୁଦିନ ପାଇଁ ଆଖି ବୁଜି ଦେଲା । ପୀଡିତାଙ୍କ ପରିବାର ପ୍ରତି ବି ସମବେଦନା ଜଣାଇଛନ୍ତି ରାହୁଲ ଗାନ୍ଧି । ଦୀର୍ଘ ୪୦ ଘଣ୍ଟା ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଗତ ଶୁକ୍ରବାର ରାତି ୧୧:୪୦ରେ ହୃଦ୍ଘାତ ଯୋଗୁଁ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ଭଉଣୀ ଜଣାଇଥିଲେ । ଡାକ୍ତରମାନେ ପୀଡିତାଙ୍କୁ ବଞ୍ଚାଇବାକୁ ବହୁ ଚେଷ୍ଟା କରିଥିଲେ ହେଁ ଅସଫଳ ରହିଥିଲେ ।