ସଂକ୍ରମିତ ଦେଶ ତାଲିକାରେ ୪୧ ତମ ସ୍ଥାନରେ ଭାରତ । ଦେଶରେ ୩ଟା ସୁଦ୍ଧା ୧୦୭୧ ଜଣ ଆକ୍ରାନ୍ତ, ୨୯ ମୃତ ।

3,533

କନକ ବ୍ୟୁରୋ : କରୋନା ନେଇ ରାଜ୍ୟ ସରକାରଙ୍କ ସବିଶେଷ ତଥ୍ୟ ଦେଇଛନ୍ତି ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ସେ କହିଛନ୍ତି କରୋନା ଭୂତାଣୁ ସଂକ୍ରମିତ ଦେଶ ତାଲିକାରେ ବର୍ତ୍ତମାନ ସମୟରେ ୪୧ ତମ ସ୍ଥାନରେ ଅଛି ଭାରତ । ସଂକ୍ରମିତ ତାଲିକାର ପ୍ରଥମ ୫ଟି ଦେଶ ଦେଉଛି ଆମେରିକା, ଇଟାଲି, ଚୀନ୍, ସ୍ପେନ୍ ଏବଂ ଜର୍ମାନୀ । ଆଉ ଏହି ତାଲିକାର ୪୧ ତମ ସ୍ଥାନରେ ଅଛି ଭାରତ ।
କରୋନା ଭୂତାଣୁ ସଂକ୍ରମଣରେ ବିଶ୍ୱରେ ୭ ଲକ୍ଷ ୨୪ ହଜାର ୭୫୯ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ସୁବ୍ରତ ବାଗଚୀ ।

ସେହିପରି ଭାରତରେ ଅପରାହ୍ନ ୩ଟା ସୁଦ୍ଧା ୧୦୭୧ ଜଣ ଆକ୍ରାନ୍ତ, ଏବଂ ୨୯ ଜଣ ପ୍ରାଣ ହରାଇଥିବା ସେ ସୂଚନା ଦେଇଛନ୍ତି । ଆଉ ସଂକ୍ରମିତ ଦେଶମାନଙ୍କ ତାଲିକାରେ ବର୍ତ୍ତମାନ ଭାରତ ୪୧ ତମ ସ୍ଥାନରେ ରହିଥିବା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।