କନକ ବ୍ୟୁରୋ : କୃଷି ଆଇନକୁ ବିରୋଧ କରି କାଲି ଚାଷୀମାନେ ଭାରତ ବନ୍ଦ ଡକରା ଦେଇଛନ୍ତି । ଚାଷୀ ଆନ୍ଦୋଳନକୁ ବିରୋଧୀ ସମର୍ଥନ କରିଛନ୍ତି । କଂଗ୍ରେସ, ଶିବସେନା, ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା, ତେଲେଙ୍ଗାନା ରାଷ୍ଟ୍ର ସମିତି, ବାମ ଦଳ ସମେତ ୧୮ଟି ରାଜନୈତିକ ଦଳ ଆସନ୍ତାକାଲିର ଭାରତବନ୍ଦକୁ ସମର୍ଥନ କରିଛନ୍ତି । ବନ୍ଦକୁ ବିଜେଡି ସମର୍ଥନ ନେଇ ଦଳର ପ୍ରତିକ୍ରିୟା ଆସିଛି । ଦଳର ନେତା ଦେବୀ ମିଶ୍ର କହିଛନ୍ତି, ବନ୍ଦକୁ ସମର୍ଥନ ନେଇ ସୁପ୍ରିମୋ ନିଷ୍ପତି ନେବେ । ତେବେ ଚାଷୀଙ୍କ ସମସ୍ୟା ନେଇ ବିଜେଡିର ନୈତିକ ସମର୍ଥନ ରହିଛି ।
ସେପଟେ, କୃଷି ଆଇନକୁ ବିରୋଧ କରି ୧୨ ଦିନ ହେବ ଧାରଣା ଚାଷୀ ସଂଗଠନ । କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଚାଷୀ । ପୁଣି ଥରେ ସରକାରଙ୍କୁ ଚେତାବନି ଦେଇଛନ୍ତି ଚାଷୀ । କୃଷି ଆଇନ ପ୍ରତ୍ୟାହାର ନହେବା ଯାଏଁ ଆନ୍ଦୋଳନ ଶେଷ ହେବନି । ଆସନ୍ତାକାଲି ଭାରତ ଭାରତ ବନ୍ଦ ଆନ୍ଦୋଳନ ହେବ ବୋଲି କହିଛନ୍ତି ଚାଷୀ ।