ଭାରତ ବନ୍ଦ, ଲୋକେ ହନ୍ତସନ୍ତ : ଜାତୀୟ ରାଜପଥ ଅବରାଧ, ପେଟ୍ରୋଲ ପମ୍ପ ବନ୍ଦ, ଗଡିଲାନି ଗାଡି ମୋଟର

ଧର୍ମଘଟ ଯୋଗୁଁ ସାରା ରାଜ୍ୟରେ ପ୍ରଭାବ

168

କନକ ବ୍ୟୁରୋ : ଦେଶବ୍ୟାପି ଭାରତ ବନ୍ଦର ପ୍ରଭାବ ଦେଖା ଦେଇଛି । ଚକ ଅଖ ବନ୍ଦ ଡ଼ାକରା ଦେଇ ୧୦ଟି ଟ୍ରେଡ଼ ୟୁନିଅନ ସଂସ୍ଥା ସକାଳୁ ବିଭିନ୍ନ ସ୍ଥାନରେ ପିକେଟିଂ ଆରମ୍ଭ କରିଛନ୍ତି । ବଡ଼ ବଡ଼ ବ୍ୟାନର ଧରି ଶ୍ରମିକ ସଂଗଠନର ସଦସ୍ୟ ରାସ୍ତା ରୋକ କରିବା ସହ କେନ୍ଦ୍ର ବିରୋଧୀ ନାରାବାଜି କରୁଛନ୍ତି । ଶ୍ରମିକ ସଂଗଠନର ବନ୍ଦ ଡ଼ାକରାକୁ ପେଟ୍ରୋଲ ପମ୍ପ ସଂଘ ସମର୍ଥନ ଜଣାଇଥିବାରୁ ରାଜ୍ୟରେ ପେଟ୍ରୋଲ ପମ୍ପଗୁଡ଼ିକ ବନ୍ଦ ରହିଛି । ରାଜଧାନୀ ଭୁବନେଶ୍ୱରରେ ଗାଡ଼ି ମଟର ଏପରିକି ଅଟୋ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ସକାଳ ୬ଟାରୁ କାଲି ସକାଳ ୬ଟା ଯାଏଁ ଏହି ବନ୍ଦ ଡ଼ାକରା ଦିଆଯାଇଛି । କେନ୍ଦ୍ର ଶ୍ରମ ଆଇନ ଓ କୃଷି ଆଇନ ପ୍ରତ୍ୟାହାର ଦାବିରେ ବନ୍ଦ ପାଳନ କରାଯାଉଛି । ଏହି ଆନ୍ଦୋଳନକୁ ବାମ ଦଳ ସମେତ କଂଗ୍ରେସର ସମର୍ଥନ ଜଣାଇଛି । ବନ୍ଦ ଡ଼ାକରାରେ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯାଇଛି । ଗାଡ଼ି ମଟର, ଟ୍ରେନ, ବସ୍ ଚଳାଚଳ ବନ୍ଦ ରଖିବାକୁ ସିଟୁର ଆହ୍ୱାନ ପରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଆଜି ଦେଶବ୍ୟାପି ବନ୍ଦ ଡ଼ାକାରା ଦିଆଯାଇଛି । ରାୟଗଡ଼ା ଜିଲ୍ଲା ଗୁଣୁପୁର ଠାରେ ବିଭିନ୍ନ ସଂଗଠନ ଓ ସିପିଆଇ ଏମଏଲ ପକ୍ଷରୁ ସକାଳୁ ସକାଳୁ ବନ୍ଦ ଡ଼ାକରା ଦିଆଯାଇଛି । ସ୍ଥାନୀୟ ସାଉରା ପ୍ରଧାନୀ ଗୁଡ଼ା ଉକ ନିକଟରେ ସଂଗଠନ ପକ୍ଷରୁ ରାସ୍ତାରେ ଟାୟାର ଜାରି ଅବରୋଧ କରାଯାଇଛି । ଫଳରେ ଗୁଣୁପୁର ଠାରୁ ରାୟଗଡ଼ା, ପଦ୍ମପୁର, ବହ୍ମପୁର, ପାରଳାଖେମୁଣ୍ଡି ପ୍ରଭୃତି ସ୍ଥାନକୁ ଯାତାୟତ ପ୍ରଭାବିତ ହୋଇଛି ।

ସୋରରେ ମଧ୍ୟ ବିଭିନ୍ନ ସ୍ଥାନରେ ପିକେଟିଂ ଓ ରାସ୍ତାରୋକ କରି ପ୍ରତିବାଦ କରାଯାଉଛି । ବିଭିନ୍ନ ସଂଗଠନ ପକ୍ଷରୁ ରାସ୍ତାରୋକ କରାଯାଇଛି । ସଂସଦରେ ପାରିତ କୃଷି ବିଲ୍କୁ କୃଷକ ବିରୋଧି ବୋଳି କହିଛି ଲୋକଶକ୍ତି ଅଭିଯାନର କେନ୍ଦ୍ରୀୟ କୃଷକ ସଂଘର୍ଷ ସମନ୍ୱୟ ସମିତି । ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ସମିତି ଭାରତ ବନ୍ଦ ଡ଼ାକରା ଦେଇଛି ।