ଆଜି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା :  ଦେଶବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି ୧୦ଟି ଟ୍ରେଡ ୟୁନିୟନ

ସକାଳ ୬ଟାରୁ କାଲି ସକାଳ ୬ଟା ଯାଏଁ ଭାରତ ବନ୍ଦ ଡାକରା । କେନ୍ଦ୍ରର ଶ୍ରମ ଆଇନ ଏବଂ କୃଷି ଆଇନ ପ୍ରତ୍ୟାହାର ଦାବିରେ ବନ୍ଦ ଡାକରା

525

କନକ ବ୍ୟୁରୋ : ଆଜି ୨୪ ଘଣ୍ଟିଆ ଭାରତ ବନ୍ଦ । ସକାଳ ୬ଟାରୁ କାଲି ସକାଳ ୬ଟା ଯାଏଁ ଭାରତ ବନ୍ଦ ଡାକରା । କେନ୍ଦ୍ରର ଶ୍ରମ ଆଇନ ଏବଂ କୃଷି ଆଇନ ପ୍ରତ୍ୟାହାର ଦାବିରେ ବନ୍ଦ ଡାକରା । ଦେଶବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି ୧୦ଟି ଟ୍ରେଡ ୟୁନିୟନ । ବନ୍ଦ ଡାକରାରେ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯାଇଛି । ବସ୍, ଟ୍ରେନ୍ ଓ ଗାଡିମୋଟର ଚଳାଚଳ ବନ୍ଦ ରଖିବାକୁ ସିଟୁର ଆହ୍ୱାନ ଦେଇଛି । ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ପିକେଟିଂ ଓ ରାସ୍ତାରୋକ ଆରମ୍ଭ ହୋଇଛି । ଭୁବନେଶ୍ୱରର ବିଭିନ୍ନ ଛକରେ ସଂଗଠନ ପକ୍ଷରୁ ରାସ୍ତାରୋକ କରାଯାଉଛି । ରାୟଗଡା ଓ ଗୁଣୁପୁରରେ ଟାୟାର ଜାଳି ରାସ୍ତାରୋକ ହୋଇଛି ।

ସଂସଦରେ ପାରିତ କୃଷି ବିଲ୍‌କୁ କୃଷକ ବିରୋଧୀ ବୋଲି କହିଛି ଲୋକଶକ୍ତି ଅଭିଯାନର କେନ୍ଦ୍ରୀୟ କୃଷକ ସଂଘର୍ଷ ସମନ୍ୱୟ ସମିତି । ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ସମିତି ଭାରତ ବନ୍ଦ ଡାକରା ଦେଇଛି । ଏହି ବିଲ୍‌ କାର୍ଯ୍ୟକ୍ଷମ ହେଲେ ସହାୟକ ମୂଲ୍ୟ ପ୍ରଦାନ କରାଯାଇ ଯେଉଁ ଧାନ, ଗହମ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟ ସଂଗ୍ରହ କରାଯାଉଛି, ତାହା ବନ୍ଦ ହୋଇଯିବ । ଦେଶର ଭାଗଚାଷୀଙ୍କ ହାତରୁ କମ୍ପାନି ପାଖକୁ ଜମି ଚାଲିଯିବ । ଏଣୁ ମୋଦୀ ସରକାରଙ୍କ କମ୍ପାନି ମୋହ ବିରୋଧରେ ଲକ୍ଷ ଲକ୍ଷ ସଂଖ୍ୟାରେ କୃଷକମାନେ ସାମିଲ ହୋଇ ଏହି ବନ୍ଦ ପାଳନକୁ ସଫଳ କରିବାକୁ ରାଜ୍ୟ କୃଷକ ସଂଗଠନ ସମନ୍ୱୟ ସମିତି ଆବାହକ ଲିଙ୍ଗରାଜ, ଉପଦେଷ୍ଟା ମଣ୍ଡଳୀରେ ଥିବା ପ୍ରଫୁଲ୍ଲ ସାମନ୍ତରା ଓ ଦେବପ୍ରସାଦ ରାୟ ଆହ୍ୱାନ ଦେଇଛନ୍ତି ।