ଆମେରିକା ପ୍ରତିରକ୍ଷାମନ୍ତ୍ରୀଙ୍କ ଭାରତକୁ ପ୍ରଶଂସା । କହିଲେ ଭାରତ ଆମେରିକାର ଗୁରୁତ୍ୱପୂର୍ଣ୍ଣ ଭାଗିଦାର, ସେପଟେ ଚୀନର ବିସ୍ତାବାଦୀ ନୀତି ପାଇଁ ହିମାଚଳର ଲୋକେ ହେଉଛନ୍ତି ହଇରାଣ

265

କନକ ବ୍ୟୁରୋ : ଭାରତ ଓ ଚୀନ ମଧ୍ୟରେ ସଂପର୍କ ଖରାପ ହେବା ପରେ ଭାରତ ଓ ଆମେରିକା ମଧ୍ୟରେ ଦିନକୁ ଦିନ ସଂପର୍କ ଦୃଢ ହେବାରେ ଲାଗିଛି । ଅର୍ଥନୈତିକ, ସାମରିକ, ଓ ବାଣିଜ୍ୟିକ କ୍ଷେତ୍ରରେ ଭାରତକୁ ସହାୟତା କରିବାକୁ ଆମେରିକାର ବିଭିନ୍ନ ସମୟରେ ପ୍ରତିଶୃତି ଦେଉଥିବା ଦେଖିବାକୁ ମଳିଛି । କାରଣ ଶତୃର ଶତୃ ମିତ୍ର ନାମରେ ଆମେରିକାର ତାର ରାଜନୀତି କରିବାରେ ଲାଗିଛି । ଅନ୍ୟପଟେ ଆସନ୍ତା ମାସରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହି ପରିପେକ୍ଷୀରେ ଆମେରିକାରେ ରହୁଥିବା ୨୦ ଲକ୍ଷ ଭାରତୀୟ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଆମେରିକା ଏବେ ପ୍ରୟାସ ଜୋରଦାର କରିଛି । ଏହି କ୍ରମରେ ଆସନ୍ତା ମାସରେ ଭାରତ ଓ ଆମେରିକା ମଧ୍ୟରେ ହେବାକୁ ଥିବା ଟୁ ପ୍ଲସ ଟୁ ମନ୍ତ୍ରୀ ସ୍ତରୀୟ ବୈଠକ ପୂର୍ବରୁ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପର କହିଛନ୍ତି କି ‘ଚଳିତ ଶତାବ୍ଦିରେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତ ଆମେରିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାଗିଦାର ହେବ’ । ୱାସିଂଟନ ଠାରେ ମାର୍କ ଏସ୍ପର କହିଛନ୍ତି କି ଟୁ ପ୍ଲସ୍ ଟୁ ବୈଠକ ପାଇଁ ଆସନ୍ତା ମାସରେ ସେ ଓ ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ ଭାରତ ଆସିବେ । ଏଥିରେ ଭୋରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଂକର ଭାଗ ନେବେ ।

ଟୁ ପ୍ଲସ ଟୁ ବୈଠକ ପାଇଁ ଚଳିତ ମାସ ୨୭ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି । ଅନ୍ୟପଟେ ଆଟଲାଣ୍ଟିକ  କାଉନସିଲ ଥିଙ୍କ୍ ଟ୍ୟାଙ୍କ ଦ୍ୱାରା ଆୟୋଜିତ ଏକ ୱେବିନାରରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଏସ୍ପର କହିଛନ୍ତି କି ଭାରତ ସହ ଏହା ଆମର ଦ୍ୱିତୀୟ ଓ ଦୁଇ ଦେଶ ମଧ୍ୟରେ ତୃତୀୟ ଟୁ ପ୍ଲସ ଟୁ ବୈଠକ ଅନୁଷ୍ଠିତ ହେବ । ଏହାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଏସ୍ପର । ଏହା ସହ ସେ କହିଛନ୍ତି କି ‘ମୋର ବିଶ୍ୱାସ ଯେ ଏହି ଶତାବ୍ଦୀରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ହେବ ।’ ଏହା ସହ ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର ରାଷ୍ଟ୍ର । ଏଠିକାର ଲୋକମାନେ ବେସ୍ ଦକ୍ଷ । ହିମାଚଳ ପ୍ରଦେଶ ନିକଟ ସୀମାନ୍ତରେ ଭ।।ରତୀୟ ମାନେ ଦୈନିକ ଚୀନ୍ ସେନାର ଆକ୍ରୋସରେ ସମ୍ମୁଖୀନ ହେଉଛନ୍ତି ।