ଭାରତ-ପାକ୍ ଅଟାରୀ ବୋର୍ଡରରେ ସବୁଠୁ ଉଚ୍ଚ ତ୍ରିରଙ୍ଗା ! ୩ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ସୀମାରେ ଉଡିଲା ୩୬୦ ଫୁଟ ଉଚ୍ଚ ପତାକା

24

କନକ ବ୍ୟୁରୋ : ସୀମାରେ ଉଡିଲା ସବୁଠୁ ଉଚ୍ଚ ତ୍ରିରଙ୍ଗା । ଭାରତ-ପାକିସ୍ତାନ ଅଟାରୀ ସୀମାରେ ୩୬୦ଫୁଟ ଉଚ୍ଚର ତ୍ରିରଙ୍ଗା ଉଡିଲା । ଏହାକୁ ଦେଶର ସବୁଠୁ ଉଚ୍ଚ ତ୍ରିରଙ୍ଗା ବୋଲି କୁହାଯାଉଛି । ଏପରିକି ଏହି ପତାକା ପାକିସ୍ତାନର ଲାହୋରରୁ ମଧ୍ୟ ଦେଖାଯିବ । ଏହି ୧୨୦ଫୁଟ ଉଚ୍ଚ ୮୦ଫୁଟ ଚଉଡା ପତାକାକୁ ନିର୍ମାଣ କରିବାରେ ପଂଜାବ ସରକାର ୩କୋଟି ୫୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ପଂଜାବ ସରକାରଙ୍କ ମନ୍ତ୍ରୀ ଅନିଲ ଜୋଶୀ ଏହାକୁ ଉଦଘାଟନ କରିଛନ୍ତି ।

ଭାରତ-ପାକ୍ ସୀମାରେ ଏହି ଉଚ୍ଚ ତ୍ରିରଙ୍ଗା ସ୍ଥାପନକୁ ବିରୋଧ କରିଛି ପାକିସ୍ତାନ । ମିଳିଥିବା ସୂଚନା ଅନୁଯାୟୀ ସୀମାରୁ ଏହି ତ୍ରିରଙ୍ଗାକୁ ହଟାଇବା ପାଇଁ ବିଏସଏଫକୁ କହିଛି ପାକିସ୍ତାନ । ଏପରିକି ଭାରତ ଅର୍ନ୍ତରାଷ୍ଟ୍ରୀୟ ଚୁକ୍ତିର ଉଲ୍ଲଙ୍ଘନ କରିଛି ବୋଲି ପାକିସ୍ତାନ ଅଭିଯୋଗ କରିଛି । ତେବେ କୌଣସି ଅର୍ନ୍ତରାଷ୍ଟ୍ରୀୟ ଚୁକ୍ତିର ଉଲ୍ଲଙ୍ଘନ ହୋଇନି ବୋଲି ଭାରତ କହିଛି । ସୀମାର ୨ଶହ ମିଟର ପୂର୍ବରୁ ତ୍ରିରଙ୍ଗା ସ୍ଥାପନ କରାଯାଇଥିବା ଯୋଗୁଁ କୌଣସି ଚୁକ୍ତିର ଉଲ୍ଲଙ୍ଘନ ହୋଇନି ବୋଲି କୁହାଯାଇଛି ।