ମିଳିତ ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ : ଭାରତର ପ୍ରତିନିଧି କହିଲେ, ପିଓକେରେ କବଜା କରିଥିବା ଅଞ୍ଚଳକୁ ତୁରନ୍ତ ଛାଡ଼ୁ ପାକିସ୍ତାନ

228

କନକ ବ୍ୟୁରୋ : ମିଳିତ ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ । ଭାରତ ସୀମାରେ ବେଆଇନ ଭାବେ କବଜା କରି ରଖିଛି ପାକିସ୍ତାନ । ତୁରନ୍ତ ବେଆଇନ କବଜା ବନ୍ଦ କରିବାକୁ କହିଛି ଭାରତ । ଏହା ସହ ଆତଙ୍କବାଦ ବିରୋଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ମିଳିତ ଜାତିସଂଘରେ ଭାରତ ପ୍ରତିନଧିଙ୍କ ପକ୍ଷରୁ କୁହାଯାଇଛି ।

୨୬/୧୧ ଆତଙ୍କବାଦୀଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି । ତୁରନ୍ତ ସେମାନଙ୍କ ବିରୋଧରେ ପଦକ୍ଷେପ ନେବାକୁ ଭାରତ ଦାବି କରିଛି । ଏହା ସହ ଭାରତ କହିଛି ପାକିସ୍ତାନ ମିଳିତ ଜାତିସଂଘ ପରି ମଞ୍ଚର ଦୂରୁପଯୋଗ କରୁଛି । ଏହା ପୂର୍ବରୁ ମିଳିତ ଜାତିସଂଘରେ ଗତକାଲି ପାକିସ୍ତାନ ପକ୍ଷରୁ ମତ ରଖାଯାଇଥିଲା ।

ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନୱାର-ଉଲ୍-ହକ୍ କକର ଜାତିସଂଘ ସାଧାରଣ ସଭାକୁ ସମ୍ବୋଧିତ କରି ନୂଆଦିଲ୍ଲୀ-ଇସଲାମାବାଦ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ କାଶ୍ମୀରକୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି କହିଥିଲେ । କକର କହିଥିଲେ ଶାନ୍ତି ଉପରେ ବିକାଶ ନିର୍ଭର କରେ । ପାକିସ୍ତାନ ଆର୍ଥିକ ଦୃଷ୍ଟିରୁ ଏକ ଅନୁନ୍ନତ ଦେଶ । ଭାରତ ସହିତ ଅନ୍ୟ ପଡୋଶୀ ଦେଶ ସହ ପାକିସ୍ତାନ ଶାନ୍ତିପୂର୍ଣ୍ଣ ଓ ଫଳପ୍ରଦ ସଂପର୍କ ପ୍ରତିଷ୍ଠା କରିବାକୁ ଚାହେଁ ।

ଭାରତ ସହ ଆଲୋଚନା ପାଇଁ କାଶ୍ମୀର ହେଉଛି ମୁଖ୍ୟ ପ୍ରସଙ୍ଗ ବୋଲି କହିଥିଲେ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ । ଏହା ପରେ ଜାତିସଂଘ ସାଧାରଣ ସଭାକୁ ସମ୍ବୋଧିତ କରି ଜବାବ ରଖିଛି ଭାରତ । ଜାତିସଂଘ ମଂଚରେ ଯେଉଁ କାର୍ଯ୍ୟସୂଚୀ କିମ୍ବା ବିଷୟବସ୍ତୁ ଥିଲେ ମଧ୍ୟ ବାରମ୍ବାର କାଶ୍ମୀର ପ୍ରସଙ୍ଗ ଉଠାଇ ଆସୁଛି ପାକିସ୍ତାନ ।