ରୋହିତ ବାହିନୀର ରେକର୍ଡ । ଗୋଟିଏ ବର୍ଷରେ ସର୍ବାଧିକ ୩୫୦ରୁ ଅଧିକ ସ୍କୋର, ସର୍ବାଧିକ ଛକା ।

ରୋହିତ ବାହିନୀର ରେକର୍ଡ । ଗୋଟିଏ ବର୍ଷରେ ସର୍ବାଧିକ ୩୫୦ରୁ ଅଧିକ ସ୍କୋର, ସର୍ବାଧିକ ଛକା ।

କନକ ବ୍ୟୁରୋ : ନେଦରଲାଣ୍ଡସ ବିପକ୍ଷରେ ବିଜୟ ସହ ଟିମ୍ ଇଣ୍ଡିଆ ଅନେକ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି । ଚଳିତ ବିଶ୍ୱକପର ଶେଷ ଲିଗ୍ ମ୍ୟାଚରେ ନେଦରଲାଣ୍ଡସ ବିପକ୍ଷରେ ୪୧୦ ରନର ବିଶାଳ ସ୍କୋର କରିଥିଲା ଭାରତୀୟ ଦଳ । ଏହି ମ୍ୟାଚରେ ଭାରତର ଟପ୍ ଅର୍ଡର ବ୍ୟାଟରଙ୍କ ଦମଦାର ବ୍ୟାଟିଂ ଦେଖିଥିଲା ପୂରା ଦେଶ । ରୋହିତ, ଗିଲ, କୋହଲି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଶ୍ରେୟସ ଓ ରାହୁଲ ଶତକୀୟ ପାଳି ଖେଳିଥିଲେ । ନିର୍ଦ୍ଧାରିତ ଓଭରରେ ଭାରତ ୪୧୦ ରନ୍ କରିବାକୁ ସକ୍ଷମ ହୋଇଥିଲା । ଏହାସହ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ୩୫୦ରୁ ଅଧିକ ସ୍କୋର କରିଥିବା ଦଳ ଭାବେ ରେକର୍ଡ କରିଛି ଭାରତ । ୨୦୨୩ କ୍ୟାଲେଣ୍ଡର ବର୍ଷରେ ଭାରତ ୮ ଥର ୩୫୦ରୁ ଅଧିକ ସ୍କୋର କରିବାରେ ସଫଳ ହୋଇଛି । ଏହାପୂର୍ବରୁ ଏହି ରେକର୍ଡ ଇଂଲଣ୍ଡ ନାଁରେ ଥିଲା ।

ସେହିଭଳି ଦିନିକିଆରେ ଭାରତ ୭ମ ଥର ୪୦୦ରୁ ଅଧିକ ସ୍କୋର କରିଛି । ସର୍ବାଧିକ ୪୦୦ରୁ ଅଧିକ ସ୍କୋର କରିବା ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ୮ଥର ୪୦୦ରୁ ଅଧିକ ସ୍କୋର କରି ପ୍ରଥମ ସ୍ଥାନରେ ରହିଛି । ଚଳିତ ବର୍ଷ ଟିମ୍ ଇଣ୍ଡିଆ ୩୦ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ୨୧୫ଟି ଛକା ମାରିଛି । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଭାରତ ସର୍ବାଧିକ ଛକା ମାରିବାର ରେକର୍ଡ ହାସଲ କରିଛି । ଏହାପୂର୍ବରୁ ୱେଷ୍ଟଇଣ୍ଡିଜ ନାଁରେ ଏହି ରେକର୍ଡ ରହିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe