କନକ ବ୍ୟୁରୋ: ଚୀନ ସହ ସୀମା ବିବାଦ ଭିତରେ ଶକ୍ତି ବଢାଉଛି ସେନା । ପୂର୍ବରୁ ପ୍ରସ୍ତାବିତ ଅପରେସନ ଚିତାକୁ ପୁଣି କାର୍ଯ୍ୟକ୍ଷମ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ହେରୋନ ଡ୍ରୋନ୍ ହେଉଛି ଭାରତୀୟ ସେନା ପାଖରେ ଥିବା ଏହା ସବୁଠାରୁ ଅତ୍ୟାଧୁନିକ ଡ୍ରୋନ୍ । ଏହା ଏକ ମାନବ ବିହୀନ ଡ୍ରୋନ୍ । ଏବଂ ସାଧାରଣତଃ ସୀମାରେ ଶତ୍ରୁର ଗତିବିଧିକୁ ନୀରିକ୍ଷଣ କରିବା କାମ କରିଥାଏ । ହେଲେ ଏବେ ଏହାକୁ କମ୍ବାଟ ଅର୍ଥାତ ଆକ୍ରମଣ ପାଇଁ ମଧ୍ୟ ବ୍ୟବହାର କରିବାକୁ ଚାହୁଁଛି ସେନା । ତେଣୁ ଏଥିରେ ଲେଜର ଗାଇଡେଡ୍ ବୋମା ସହ ଆଂଟି ଟ୍ୟାଙ୍କ ମିଜାଇଲ ଖଞ୍ଜିବାକୁ ସେନା ଚାହୁଁଛି । ଏଥିପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହି ମାନବ ବିହୀନ ଡ୍ରୋନ ଗୁଡିକର ଆଧୁନିକୀକରଣ ପାଇଁ ପ୍ରାୟ ୩ ହଜାର ୫ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଫଳରେ ଏଗୁଡିକ ଚୀନ ସୀମାରେ କେବଳ ନିରୀକ୍ଷଣ କରିବ ନାହିଁ ବରଂ ଦରକାର ପଡିଲେ ଶତ୍ରୁ ଉପରେ ଆକ୍ରମଣ ମଧ୍ୟ କରିପାରିବ ।

Advertisment

ଏବେ ନଜର ପକାନ୍ତୁ ଏହି ଡ୍ରୋନର କାର୍ଯ୍ୟ ଦକ୍ଷତା ଓ ଏହା କିଭଳି ଶତ୍ରୁର ମୁକାବିଲା କରିପାରିବ ।

- ଭାରତୀୟ ସେନା ପାଖରେ ଏହିଭଳି ୯୦ଟି ହେରୋନ ଡ୍ରୋନ ରହିଛି

- ତିନି ସେନା ପାଖରେ ଥିବା ଏହି ଡ୍ରୋନ ଗୁଡିକର ହେବ ଆଧୁନିକୀକରଣ

- ଏଥିରେ ଖଂଜାଯିବ ଲେଜର ଗାଇଡେଡ୍ ବୋମା ଓ ଆଂଟି ଟ୍ୟାଙ୍କ ମିଜାଇଲ

- ଆକାଶରୁ ଭୂପୃଷ୍ଠକୁ ଏହା ମିଜାଇଲ ମାଡ କରିବାରେ ହେବ ସମର୍ଥ

- କେବଳ ସର୍ଭିଲାନ୍ସ ପରିବର୍ତେ କମ୍ବାଟ କରିବାକୁ ହେବ ସମର୍ଥ

- ସେନାର ପ୍ରସ୍ତାବକୁ ବିଚାର କରୁଛି ପ୍ରତିରକ୍ଷା ସଂପର୍କିତ ସର୍ବୋଚ୍ଚ କମିଟି

- ‘ଅପରେସନ ଚିତା’କୁ ପୁଣି କାର୍ଯ୍ୟକ୍ଷମ କରିବାକୁ ଚାହୁଁଛି ଭାରତୀୟ ସେନା