ଟି-୨୦ ବିଶ୍ୱକପ୍ ଫାଇନାଲ: ୨୦ ଓଭର ଖେଳି ୧୭୬ ରନ କଲା ଭାରତୀୟ ଟିମ୍, ଦକ୍ଷିଣ ଆଫ୍ରିକା ପାଇଁ ୧୭୭ ରନର ଟାର୍ଗେଟ୍ ।

168

କନକ ବ୍ୟୁରୋ: ବାର୍ବଡୋସରେ ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୭୭ ରନର ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ । କୋହଲିଙ୍କ ଦମଦାର ୭୬ ରନ ଏବଂ ଅକ୍ଷର ପଟେଲଙ୍କ ଧୂଆଁଦାର ବ୍ୟାଟିଂ ବଳରେ ଭାରତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୬ ରନ କରିବାକୁ ସକ୍ଷମ ହୋଇଛି । ତେବେ ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା କାରଣ ରୋହିତଙ୍କ ବ୍ୟାଟ୍ ପୂର୍ବ ମ୍ୟାଚ ଭଳି ଚାଲିନଥିଲା । ଏପରିକି କାମ ଦେଲାନି ପନ୍ଥ ଓ ସୂର୍ଯ୍ୟ କୁମାରଙ୍କ ଫର୍ମ । ତେବେ ୩ଟି ୱିକେଟ ଯିବା ପରେ ପାଳି ସମ୍ଭାଳିଲେ ଭାରତର ଷ୍ଟାର ବ୍ୟାଟ୍ସମାନ ବିରାଟ କୋହଲି । ବିଶ୍ୱକପ ଆରମ୍ଭରୁ ଆଜି ଯାଏ କୋହଲି ବଡ଼ ସ୍କୋର କରିବାରେ ବିଳଫ ହୋଇଥିବା ବେଳେ ଆଜି ବିରାଟଙ୍କ ବ୍ୟାଟରୁ ବିରାଟ ସ୍କୋର ଦେଖିବାକୁ ମିଳିଛି ।

ଏବେ ଟିମ୍ ଇଣ୍ଡିଆର ବୋଲିଂ ଲାଇନ ଶକ୍ତିଶାଳି ଥିବାରୁ ୧୭୭ ରନର ଟାର୍ଗେଟକୁ ହାସଲ କରିବା ପାଇଁ ଦକ୍ଷିଣ ଆଫ୍ରିକା ମଧ୍ୟ ନାକେଦମ୍ କରିବ । ବୁମରା, ଅର୍ଶଦୀପଙ୍କ ସୁଇଙ୍ଗ ଓ କୁଳଦୀପ ଯାଦବ, ଅକ୍ଷର ପଟେଲଙ୍କ ସ୍ପିନ୍ ପ୍ରତିପକ୍ଷଙ୍କ ନିଦ ହଜାଇ ପାରିଲେ ହିଁ ଫାଇନାଲରେ ଭାରତକୁ ବିଜୟ ମୁକୁଟ ପିନ୍ଧାଇବା ନେଇ ଆଶା ବାନ୍ଧିଛନ୍ତି କ୍ରୀଡ଼ାପ୍ରେମୀ ।