ନରୱଣେଙ୍କ ନାଲିଆଖି ପରେ ଚୀନ ରଖିଲା ପ୍ରତିକ୍ରିୟା: କହିଲା, ଦୁଇ ଦେଶର ବାର୍ତ୍ତା ଚାଲିଥିବା ବେଳେ ଏପରି ବିବୃତ୍ତି ନରଖୁ ଭାରତ 

278

କନକ ବ୍ୟୁରୋ: ଦେଶର ସେନା ପ୍ରମୁଖ ମନୋଜ ମୁକୁନ୍ଦ ନରଭଣେ କହିଥିଲେ ୧୮ ମାସ ଭିତରେ ଭାରତର ଶକ୍ତି ବଢିଛି । ସେ ଆଶ୍ୱସନା ଦେବାକୁ ଯାଇ କହିଥିଲେ ଯୁଦ୍ଧ ହେଲେ ଭାରତ ବିଜୟୀ ହୋଇ ଫେରିବ । ଆର୍ମି ମୁଖ୍ୟଙ୍କ ଏପରି ବୟାନ ପରେ ଜବାବ ରଖିଛି ଚୀନ୍ । ଭାରତ ଏପରି ବୟାନବାଜି କରିବା ଠିକ୍ ନୁହେଁ ବୋଲି ଚୀନ୍ କହିଛି ।

ଚୀନର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ୱାଙ୍ଗ ବେନବିନ କହିଛନ୍ତି, ଏବେ ଚୀନ ଏବଂ ଭାରତ ମଧ୍ୟରେ କୂଟନୀତି ଏବଂ ସେନା ସ୍ତରରେ ଆଲୋଚନା ଚାଲିଛି । ଏପରି ସ୍ଥିତିରେ ଭାରତ ଏପରି ବୟାନବାଜିରୁ ନିବୃତ ରହିବା ଦରକାର । ଗତକାଲି ପୂର୍ବ ଲଦାଖ ପ୍ରସଙ୍ଗରେ ଚୀନ୍ ସହିତ ୧୪ ତମ କମାଣ୍ଡ ସ୍ତରରେ ଆଲେଚନା ହୋଇଥିଲା । ହେଲେ ଏହି ଆଲୋଚନା ବିଫଳ ହୋଇଥିବା ସୂଚନା ରହିଛି ।