କୃଷି ଆଇନ ପ୍ରତ୍ୟାହାର ପରେ ଦେଶବାସୀଙ୍କୁ ଏମିତି କହିଲେ ଅଭିନେତ୍ରୀ ରୀଚା ଚଡ୍ଡା 

167

କନକ ବ୍ୟୁରୋ :  ସ୍ୱାଧୀନତା ପରେ ସବୁଠାରୁ ବଡ ଆନ୍ଦୋଳନ କୁହାଯାଉଥିବା କୃଷକ ଆନ୍ଦୋଳନର ବିଜୟ ହୋଇଛି । ନିଜେ ପ୍ରଧାନମନ୍ତ୍ରୀ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ସଂସଦରେ ପାରିତ ହୋଇଥିବା ୩ ଟି କୃଷି ଆଇନ ପ୍ରତ୍ୟାହାର କରାଗଲା ବୋଲି  ଘୋଷଣା କରିଛନ୍ତି । ଖୋଦ ପ୍ରଧାନମନ୍ତ୍ରୀ ସଂସଦରେ ଆଇନ ପାରିତ କରିବା ଓ ପାଖା ପାଖି ଆନ୍ଦୋଳନରେ ୬୦୦ କୃଷକଙ୍କ ଜୀବନ ଯିବା ପରେ ସରକାର ଏହାକୁ ପ୍ରତ୍ୟାହାର ଘୋଷଣା ପରେ ସରକାରଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ପଡିଛି ।

ବିରୋଧୀଦଳମାନେ ଏହାକୁ ସରକାର ନୁହେଁ ବରଂ ଜଣେ ଏକଛତ୍ରବାଦୀ ଶାସକର ପରାଜୟ ବୋଲି କହୁଥିବା ବେଳେ କେହି କେହି ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଏଭଳି ପ୍ରତିଶ୍ରୁତି ଦେଉଛି ବୋଲି ସନ୍ଦେହ କରୁଛନ୍ତି । ଏହି କ୍ରମରେ ଚଳଚିତ୍ର ଅଭିନେତ୍ରୀ ତଥା ସମାଜସେବୀ ରୀଚା ଚଢା କହିଛନ୍ତି କି ଏହା ଦେଶର ଅନ୍ନଦାତାମାନଙ୍କ ପାଇଁ ଐତିହାସିକ ବିଜୟ ଓ କୃଷକଙ୍କ ଠାରୁ ଦେଶବାସୀ ଶିକ୍ଷାନେବା ଦରକାର କି ନିଜର ହକ୍ ଓ ଅଧିକାରକୁ କିଭଳି ଛଡାଇ ଅଣାଯାଏ ।

ସେହିଭଳି ଅଭିନେତା ତଥା ମୋଦୀ ବିରୋଧୀଭାବେ ଜଣାଶୁଣା ପ୍ରକାଶ ରାଜ କହିଛନ୍ତି କି ରାଜାଙ୍କ ମୁଣ୍ଡ ନୁଆଁଇ ଦେଲେ ପ୍ରଜା । ଏହାସହ ଅଭିନେତ୍ରୀ ତାପସୀ ପନ୍ନୁ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟକୁ ସ୍କ୍ରିନ ସର୍ଟ ମାରି ଲେଖିଛନ୍ତି କି ଗୁରୁପର୍ବରେ ସମସ୍ତଙ୍କୁ ଅଭିନନ୍ଦନ ।