କୋଭିସିଲ୍ଡ ଟିକାର ଦୁଇଟି ଡୋଜ ଭିତରେ ବ୍ୟବଧାନକୁ ୧୨ରୁ ୧୮ ସପ୍ତାହ ବଢାଇ ଦେଲା ଭାରତ । ହେଲେ ୮ ସପ୍ତାହକୁ ଅବଧି କମାଇଲା ଇଂଲଣ୍ଡ

189

କନକ ବ୍ୟୁରୋ: କୋଭିସିଲ୍ଡ ଟିକାର ଦୁଇଟି ଡୋଜ ଭିତରେ ବ୍ୟବଧାନକୁ ନେଇ ଭାରତ ଓ ବ୍ରିଟେନ ମଧ୍ୟରେ ଦେଖା ଦେଇଛି ପାତରଅନ୍ତର । ଭାରତ କୋଭିସିଲଡ୍ ଟିକାର ଦ୍ୱିତୀୟ ଡୋଜ୍ ୧୨ରୁ ୧୮ ସପ୍ତାହ ବଢାଇ ଦେଇଛି । ସେପଟେ ଇଂଲଣ୍ଡ କିନ୍ତୁ ଭାକସିନର ଦ୍ୱିତୀୟ ଡୋଜ୍ ଟିକାର ଅବଧିକୁ କମାଇ ଦେଇଛି । ଭାରତରେ ଦ୍ରୁତ ସଂକ୍ରମିତ ହେଉଥିବା ବି.୧.୬୧୭ ଭୂତାଣୁକୁ ଦେଖି ଇଂଲଣ୍ଡ ଏପରି ପଦକ୍ଷେପ ନେଇଥିବା ସୂଚନା ମିଳିଛି ।

କରୋନା ମୁକାବିଲାରେ ବର୍ତମାନ ଟିକା ହେଉଛି ସବୁଠୁ ବଡ ପ୍ରାଥମିକତା । ଏପରି ସମୟରେ ପ୍ରଶ୍ନ ଉଠୁଛି ଟିକାକରଣରେ ଯେଉଁମାନେ ପ୍ରଥମ ଡୋଜ୍ ନେଇ ସାରିଛନ୍ତି , କେତେଦିନ ପରେ ନେବେ ଦ୍ୱିତୀୟ ଡୋଜ୍ । ଏହାକୁ ନେଇ ଏକ ବଡ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କାରଣ ଗତ ଗୁରୁବାର କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ନେବାର ସମୟ ଅବଧିକୁ ଭାରତ ସରକାର ୧୨ ରୁ ୧୮ ସପ୍ତାହକୁ ବୃଦ୍ଧି କରାଯାଇଥିବା ନେଇ ସାନି ନିର୍ଦ୍ଦେଶନାମା ଜାରି କରିଥିଲେ । ପୂର୍ବରୁ ଏଥିପାଇଁ ୬ ରୁ ୮ ସପ୍ତାହ ସମୟ ଦିଆଯାଇଥିଲା । ନିୟମ ବଦଳିବା ପରେ କୋ-ୱିନ ପୋର୍ଟାଲରେ ମଧ୍ୟ ଏହି ସମୟ ବ୍ୟବଧାନକୁ ବଦଳାଇ ଦିଆଯାଇଛି । ଅର୍ଥାତ ପ୍ରଥମ ଡୋଜ୍ ନେବାର ଏବେ ୮୪ ଦିନ ପରେ ଦ୍ୱିତୀୟ ଡୋଜ୍ ନେବା ପାଇଁ ପଞ୍ଜିକରଣ କରିପାରିବେ ।

ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଇଂଲଣ୍ଡ ସରକାର ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାନକୁ କମାଇ ଦେଇଛନ୍ତି ।
– ଭାରତର ନୂଆ କରୋନା ଭୂତାଣୁ ବି.୧.୬୧୭କୁ ଦେଖି ଇଂଲଣ୍ଡର ପଦକ୍ଷେପ
– ଇଂଲଣ୍ଡରେ ବଦଳିଲା ଟିକା ନେବାର ସମୟ ବ୍ୟବଧାନ
– କୋଭିସିଲଡ୍ ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାନ ୧୨ ରୁ କମିଲା ୮ ସପ୍ତାହକୁ
– ଭାରତର ଡବଲ ମ୍ୟୁଟାଂଟ ଭୂତାଣୁକୁ ନେଇ ଇଂଲଣ୍ଡର ଆଗୁଆ ସତର୍କତା

ବିଶେଷଜ୍ଞଙ୍କ କହିବା କଥା ଭାରତରେ କରୋନା ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ହେଲେ ପ୍୍ରଥମ ଡୋଜ୍ ଉପରେ ଫୋକସ ଦିଆଯିବା ଜରୁରୀ । ୧୨ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ଦିଆଗଲେ ଅଧିକ ଫଳପ୍ରଦ ରହିବ ।

କୋଭିସିଲ୍ଡ ଟିକାକୁ ନେଇ ଦୁଇଟି ଦେଶ ଭାରତ ଓ ଇଂଲଣ୍ଡ ଆପଣାଇଛନ୍ତି ଦୁଇଟି ସମୟ । ଦେଶରେ ସଂକ୍ରମଣ ଦ୍ରୁତ ଏବଂ ଟିକା ଅଭାବ ଭିତରେ ଏହି ଦୁଇଟି ସମୟ ବ୍ୟବଧାନ ସୃଷ୍ଟି କରିଛି ପ୍ରଶ୍ନବାଚୀ । ପ୍ରଶ୍ନ ଉଠୁଛି ପ୍ରକୃତରେ କେତେଦିନର ବ୍ୟବଧାନରେ ଦ୍ୱିତୀୟ ଡୋଜ ଟିକା ନେଲେ ଏହା ଅଧିକ ପ୍ରଭାବୀ ହେବ ।