କରୋନା ସଂକ୍ରମଣ ଭିତରେ ସୁସ୍ଥ ହାରକୁ ନେଇ ଆସିଲା ଭଲ ଖବର : ବିଶ୍ୱରେ ସୁସ୍ଥ ସଂଖ୍ୟା ତାଲିକାରେ ଆମେରିକାକୁ ହଟାଇ ଶୀର୍ଷରେ ଭାରତ, ଦେଶରେ ସୁସ୍ଥ ହାର ୭୯.୨୮ ପ୍ରତିଶତ

230

କନକ ବ୍ୟୁରୋ : କରୋନା ସଂକ୍ରମଣ ଭିତରେ ସୁସ୍ଥ ହାରକୁ ନେଇ ଆସିଛି ଭଲ ଖବର । ଭାରତରେ ଆକ୍ରାନ୍ତଙ୍କ ସୁସ୍ଥ ହାର ଏବେ ଆମେରିକାଠାରୁ ଅଧିକ ହୋଇଛି । ବିଶ୍ୱରେ ସବୁଠୁ ଅଧିକ ଆକ୍ରାନ୍ତ ସୁସ୍ଥ ମାମଲାରେ ଏବେ ଆମେରିକାକୁ ଟପି ଯାଇଛି ଭାରତ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ବିଶ୍ୱରେ ମୋଟ ସୁସ୍ଥର ୧୯ ପ୍ରତିଶତ ହେଉଛନ୍ତି ଭାରତର । ୧୮ ପ୍ରତିଶତରୁ ଅଧିକ ହେଉଛନ୍ତି ଆମେରିକାର ।

ସେହିପରି ଭାରତରେ ସୁସ୍ଥ ହାର ସଂଖ୍ୟା ୭୯.୨୮ରହିଥିବା ଟ୍ୱିଟ୍ କରି ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ୱାର୍ଲଡୋ ମିଟରର ତଥ୍ୟ ଅନୁସାରେ ଭାରତରେ ୪୨ ଲକ୍ଷ ୮ ହଜାର ୪୩୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଆମେରିକାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ରହିଛି ୪୧ଲକ୍ଷ ୯୧ ହଜାର ୮୯୪ । ଏବେ ପ୍ରତ୍ୟେକ ଦିନ ଦେଶରେ ୯୦ହଜାରରୁ ଉର୍ଦ୍ଧ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ଦ୍ରୁତ ଗତିରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି ।

ଅନ୍ୟପଟେ ସର୍ବାଧିକ ସୁସ୍ଥ ହାର ମଧ୍ୟ ଭାରତରେ ଥିବା ଜଣାପଡିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ରିର୍ପୋଟ ଅନୁସାରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫୩ଲକ୍ଷ ପାର ହୋଇଥିବାବେଳେ ସୁସ୍ଥ ସଂଖ୍ୟା ୪୨ ଲକ୍ଷ ଟପିଲାଣି । ଗତ ୨୪ ଘଣ୍ଟାରେ ଦେଶରେ ୯୫ ହଜାର ୮୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଛି ।