ମସଲା ଉଦ୍ୟୋଗ କ୍ଷେତ୍ରରେ ବହୁ ଆଗରେ ପହଞ୍ଚିଛି ଭାରତ ମସଲା । ଆଗକୁ କେଚ୍ ଅପ ଉତ୍ପାଦ ପାଇଁ ଲକ୍ଷ୍ୟ

84

କନକ ବ୍ୟୁରୋ : ଭାରତ ମସାଲା ‘ଦ ଟେଷ୍ଟ ଅଫ ନ୍ୟୁ ଇଣ୍ଡିଆ । ମସଲା ଉଦ୍ୟୋଗ କ୍ଷେତ୍ରରେ ଏକ ପରିଚିତ ନାଁ ଭାରତ ମସଲା । ବାରଙ୍ଗ ଗୋଡ଼ିସାହି ନିକଟରେ ଏହି କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ରହିଛି । ଯେଉଁଠି ଅତ୍ୟାଧୁନିକ ଯନ୍ତ୍ରପାତିରେ ପ୍ରସ୍ତୁତ ହେଉଛି ବିଭିନ୍ନ ପ୍ରକାର ମସଲା । ଲଙ୍କା, ଜିରା, ହଳଦୀ, ଧନିଆ ଭଳି ବିଭିନ୍ନ ପ୍ରକାରର ମସଲା ଏଠାରେ ପ୍ରସ୍ତୁତ କରାଯାଉଛି । ଏପରିକି ଏହି କମ୍ପାନୀ ଜରିଆରେ ଅନେକ ଲୋକ ନିଯୁକ୍ତି ପାଇ ରୋଜଗାରକ୍ଷମ ହୋଇପାରିଛନ୍ତି । ମସଲା ଗୁଣ୍ଡ କରିବା ଠାରୁ ଅରମ୍ଭ କରି ମସଲା ଗୁଡ଼ିକୁ ପ୍ୟାକିଂ ଭଳି କାମ ମେସିନ ସାହାଯ୍ୟରେ କରାଯାଉଛି    । ଏଥିରେ ନିୟୋଜିତ ଅଛନ୍ତି ଅନେକ ପୁରୁଷ ଓ ମହିଳା । ଗ୍ରାହକଙ୍କୁ ଉତମମାନର ଉତ୍ପାଦ ଯୋଗାଇବା କମ୍ପାନୀର ମୂଳ ଲକ୍ଷ ରହିଛି ।

ବିଭିନ୍ନ ପ୍ରକାର ଯନ୍ତ୍ରପାତି ସାହାଯ୍ୟରେ କଂଚାମାଲରୁ ମସଲା ପ୍ରସ୍ତୁତ କରନ୍ତି କର୍ମଚାରୀ । ଓଡ଼ିଶାରୁ ଏହି କମ୍ପାନୀ ଆରମ୍ଭ ହୋଇ ଏବେ ପୁରା ଦେଶରେ ମସଲା ବଜାରରେ ନିଜର ସ୍ଥିତି ଜାହିର କରିପାରିଛି । ଘରେ ଘରେ ପରିଚିତ ଏହି ନାଁ । ପ୍ରତ୍ୟେକ ଗୃହିଣୀଙ୍କ ରୋଷେଇ ଘରେ ବେଶ ଆଦୃତି ଲାଭ କରିଛି ଏହି ମସଲା । ଖାଲି ଓଡ଼ିଶା ନୁହେଁ ଆନ୍ତର୍ଜାତୀୟ ବଜାରରେ ଭାରତ ମସଲା ତାର ସାମଗ୍ରୀ ଯୋଗାଣ କରୁଛି । ଦୀର୍ଘ ୨୨ ବର୍ଷ ହେଲା ସେ ତାର ସେବା ଯୋଗାଇଆସୁଛି । ଆଗକୁ ଏହି ସେବା ଜାରି ରଖିବ ବୋଲି କହିଛନ୍ତି କମ୍ପାନୀ ଏମଡ଼ି ସୁଶାନ୍ତ ପଣ୍ଡା ।

ଗ୍ରାହକଙ୍କ ପାଇଁ ନୂଆ ନୂଆ ସାମଗ୍ରୀ ପ୍ରସ୍ତୁତ କରିବା ସହ ଲୋକଙ୍କ ଉତମ ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ସାମଗ୍ରୀ ପ୍ରସ୍ତୁତି ଏହି କମ୍ପାନୀର ଲକ୍ଷ୍ୟ ରହିଛି । ତେବେ ଓଡ଼ିଶାରୁ ମାତ୍ର ୧୦ରୁ ୧୫ ପ୍ରତିଶତ ଜିନିଷ ଉପରେ କମ୍ପାନୀ ନିର୍ଭର କରୁଛି । କମ୍ ମୁଲ୍ୟରେ କିପରି ଉପଯୁକ୍ତ ମାନର ଜିନିଷ ଲୋକଙ୍କ ପାଖରେ ପହଂଚି ପାରିବ ନେଇ କମ୍ପାନୀ ଲକ୍ଷ୍ୟ ରଖିଛି ।

ମସଲା ବିକ୍ରିରେ ରାଜ୍ୟ ତଥା ଦେଶରେ ସଫଳତା ପାଇଥିବା ଏହି କମ୍ପାନୀ ଆଗକୁ କେଚ୍ ଅପ ଉତ୍ପାଦ ପାଇଁ ଲକ୍ଷ୍ୟ ରଖିଛି । ରାଜ୍ୟରେ ଯେତେବେଳେ ଚାଷୀ ଅଭାବୀ ବିକ୍ରି ପାଇଁ ନିଜ ଉତ୍ପାଦ ଟମାଟୋକୁ ଉଚିତ୍ ମୂଲ୍ୟରେ ବିକ୍ରି କରିନପାରି ନଷ୍ଟ କରୁଛି । ସେତେବେଳେ ଭାରତ ମସଲା ଚାଷୀଙ୍କୁ ଉଚିତ ଦର ଦେଇ ଟମାଟୋ କିଣି ସେଥିରୁ ଟମାଟୋ ପ୍ୟୁରି ଓ କେଚଅପ୍ ପ୍ରସ୍ତୁତ କରିବାରେ ଲକ୍ଷ୍ୟ ରଖିଛି ।

ଓଡ଼଼ିଶାରୁ ଆରମ୍ଭ ହୋଇଥିବା ଏହି କମ୍ପାନୀ ଦେଶରେ ଏବେ ବେଶ ପରିଚିତ । ଉତମ ଗୁଣବତା ଓ ସୁଲଭ ମୂଲ୍ୟକୁ ଗୁରୁତ୍ୱ ଦେଉଥିବା ଏହି ଉଦ୍ୟୋଗ ଆଗକୁ ତାର ସଫଳତା ଜାରି ରଖିବା ପାଇଁ ଆଶାବ୍ୟକ୍ତ କରିଛି ।