ଥରିବ ଶତ୍ରୁ, ଡରିବ ପଡୋଶୀ । ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ଶକ୍ତିଶାଳୀ ହେଲା ଭାରତ । ଅଗ୍ନି-୫ର ସଫଳ ପରୀକ୍ଷଣ ।

129

କନକ ବ୍ୟୁରୋ: ସାବଧାନ ଚୀନ । ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଏପରି ଏକ ମାଇଲଖୁଣ୍ଟ ହାସଲ କରିଛି, ଯାହା ଶତ୍ରୁ ରାଷ୍ଟ୍ର ମନରେ ଛନକା ଭରିଦେଇଛି । ଭାରତର ବ୍ରହ୍ମାସ୍ତ୍ର କୁହାଯାଉଥିବା ଅଗ୍ନି-୫ ମିଜାଇଲର ସଫଳ ପରୀକ୍ଷା କରିଛି ଭାରତ । ଆଜି ସଂଧ୍ୟା ୭ଟା ୫୦ରେ ଓଡ଼ିଶାର ଅବଦୁଲ କଲାମ ଦ୍ୱୀପରୁ ପ୍ରକ୍ଷେପଣ କରାଯାଇଥିଲା । ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟ ଭେଦ କରୁଥିବା ଏହି କ୍ଷେପଣାସ୍ତ୍ର ସଫଳତାର ସହ ଲକ୍ଷ୍ୟ ଭେଦ କରିଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି ।

୫ ହଜାରରୁ ୮ ହଜାର କିଲୋମିଟର ରେଂଜ ଭିତରେ ଶତ୍ରୁପକ୍ଷକୁ ବିଧ୍ୱଂସ କରିବାର କ୍ଷମତା ରହିଛି ଅଗ୍ନି-୫ କ୍ଷେପଣାସ୍ତ୍ରର । ଏହା ଅଗ୍ନି ସିରିଜ୍ର ଶକ୍ତିଶାଳୀ ଭର୍ସନ । ପଡ଼ୋଶୀ ରାଷ୍ଟ୍ର ଠାରୁ ଆରମ୍ଭ କରି ବିଶ୍ୱର ବଡ଼ ବଡ଼ ରାଷ୍ଟ୍ର ଅଗ୍ନି-୫ ରେଂଜ ମଧ୍ୟରେ ଆସିଯିବ । ଘଂଟାକୁ ପ୍ରାୟ ୩୦ ହଜାର କିଲୋମିଟର ବେଗରେ ଗତି କରିବ ଏହି କ୍ଷେପଣାସ୍ତ୍ର । ଏହାର ୩ ସ୍ତରୀୟ ଇଂଜିନ ରହିଛି । ୩ ଥାକିଆ କଠିନ୍ ଇନ୍ଧନ ନେଇ ଗତି କରିବ ଏହି ଘାତକ ମିସାଇଲ୍ । ୧୫ କୁଇଂଟାଲ ଆଣବିକ ଅସ୍ତ୍ର ଦେଇ ଗତି କରି ପାରିବ ଅଗ୍ନି-୫ । ତେବେ ଏହି କ୍ଷେପଣାସ୍ତ୍ର ଭାରତ ପ୍ରଥମେ ବ୍ୟବହାର କରିବ ନାହିଁ ବୋଲି କହି ସାରିଛି ଭାରତ ।

ସାବଧାନ ଚୀନ

  • ୫ ହଜାର କିଲୋମିଟର ଯାଏଁ ଲକ୍ଷ୍ୟଭେଦ କରିପାରିବ ଅଗ୍ନି-୫
  • ସ୍ଥଳବିଶେଷରେ ୮ ହଜାର କିଲୋମିଟର ଯାଏଁ ବି କରିପାରିବ ଟାର୍ଗେଟ
  • ସଂପୂର୍ଣ୍ଣ ଆଣବିକ କ୍ଷମତାରେ ଲକ୍ଷ୍ୟଭେଦ କ୍ଷମତା ୫ ହଜାର କିଲୋମିଟର
  • କମ ଓଜନର ଆଣିବାକ ଅସ୍ତ୍ର ନେଲେ ୮ ହଜାର କିଲୋମିଟର ଯାଏଁ ଲକ୍ଷ୍ୟଭେଦ କରିପାରିବ
  • ମିସାଇଲର ଓଜନ ୫୦ ହଜାର କିଲୋଗ୍ରାମ
  • ୧୫ ହଜାର କିଲୋଗ୍ରାମର ଆଣବିକ ଅସ୍ତ୍ର ବହନ କରିପାରିବାର କ୍ଷମତା
  • ମିସାଇଲ ଚଉଡା ୨ ମିଟର ଓ ଉଚ୍ଚତା ୧୭. ୫ ମିଟର
  • ୨୦୧୬ରେ ବି ସଫଳତାର ସହ ପରୀକ୍ଷଣ ହୋଇଥିଲା ଅଗ୍ନି-୫
  • ଅଗ୍ନି-୫ର ରାଡାରରେ ଆସିବ ଚୀନ, ଋଷ ଓ ଜାପାନ ଭଳି ଦେଶ
  • ସେକେଣ୍ଡକୁ ୮ କିଲୋମିଟର ବେଗରେ ଗତି କରିପାରିବ

ଅଗ୍ନିସିରିଜର ପୁରା ତଥ୍ୟ

  • ୨୦୧୨ରେ ଅଗ୍ନି-୧ର ସଫଳ ପରୀକ୍ଷଣ
  • ୭ ଶହ କିଲୋମିଟର ଯାଏଁ ଲକ୍ଷ୍ୟଭେଦ କରିପାରିବ ଅଗ୍ନି-୧
  • ସେପେଟମ୍ବର ୨୦୧୩ରେ ଅଗ୍ନି-୨ର ପରୀକ୍ଷଣ
  • ୨ ହଜାର କିଲୋମିଟର ଯାଏଁ ଲକ୍ଷ୍ୟଭେଦ କ୍ଷମତା
  • ଜାନୁଆରୀ ୨୦୧୫ରେ ଅଗ୍ନି-୩ର ସଫଳ ପରୀକ୍ଷା
  • ୩ ହଜାର ୫ ଶହ କିଲୋମିଟର ଯାଏଁ କରିପାରିବ ଟାର୍ଗେଟ
  • ନଭେମ୍ବର ୨୦୧୫ରେ ଅଗ୍ନି-୪ର ସଫଳ ପରୀକ୍ଷା
  • ୪ ହଜାର କିଲୋମିଟର ଯାଏଁ କରିପାରିବ ଲକ୍ଷ୍ୟଭେଦ

କେବେ କେବେ ଅଗ୍ନି-୫ର ହୋଇଛି ପରୀକ୍ଷା

  • ପ୍ରଥମ- ୧୯ ଏପ୍ରିଲ ୨୦୧୨
  • ଦ୍ୱିତୀୟ-୧୫ ସେପେଟମ୍ବର ୨୦୧୩
  • ତୃତୀୟ-୩୧ ଜାନୁଆରୀ, ୨୦୧୫
  • ଚତୁର୍ଥ-୨୬ ଡିସେମ୍ବର ୨୦୧୬
  • ପଞ୍ଚମ-୧୮ ଜାନୁଆରୀ, ୨୦୧୮
  • ଷଷ୍ଠ- ୩ ଜୁନ , ୨୦୧୮