ଦେଶରେ ଶହେ ବର୍ଷରୁ ଅଧିକ ଭୋଟର କେତେ? ସଂଖ୍ୟା ଜାଣି ଆପଣ ହେବେ ଚକିତ।

ଦେଶରେ ଶହେ ବର୍ଷରୁ ଅଧିକ ଭୋଟର କେତେ? ସଂଖ୍ୟା ଜାଣି ଆପଣ ହେବେ ଚକିତ।

କନକ ବ୍ୟୁରୋ:  ଯଦି ଆପଣଙ୍କ ଆଖପାଖରେ ଯଦି କେହି ଶହେ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତି ଭୋଟ ଦେବା ପାଇଁ ଯାଉଛନ୍ତି ତେବେ ଆପଣ ଚକିତ ହେଉଛନ୍ତି । ତେବେ ଚକିତ ହେବାର କିଛି ଆବଶ୍ୟକତା ନାହିଁ । ମୁଖ୍ୟନିର୍ବାଚନ କମିଶନ ରାଜୀବ କୁମାର ବର୍ତ୍ତମାନ ଏଭଳି ତାଲିକା ଜାରି କରିଛନ୍ତି ଯାହା ସମସ୍ତଙ୍କୁ ଚମକାଇ ଦେଇଛି । ନିର୍ବାଚନ ଆୟୋଗ କହିଛନ୍ତି, ଶହେରୁ ଅଧିକ ବର୍ଷର ଭୋଟରଙ୍କ ସଂଖ୍ୟା ୨.୪୯ ଲକ୍ଷ । ଏହା ଛଡା ୧.୫୦ କୋଟି  ମତଦାତା ଅଛନ୍ତି ଯେଉଁମାନଙ୍କ ବୟସ ୮୦ ବର୍ଷରୁ ଅଧିକ ।

ସିଇସି ରାଜୀବ କୁମାର ମହାରାଷ୍ଟ୍ର ପୁଣେରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ଆମ ଭୋଟର ଲିଷ୍ଟରେ ପାଖାପାଖି ୨.୪୯ ଲକ୍ଷ ମତଦାତା ଅଛନ୍ତି ଯେଉଁମାନଙ୍କ ବୟସ ଶହେ ବର୍ଷରୁ ଅଧିକ । ଆପଣ ଯେତେବେଳେ ତାଙ୍କ ସହ କଥା ହେବେ ନିହାତି ଆପଣ ଉତ୍ସାହିତ ହେବେ । ସେ ଆହୁରି ମଧ୍ୟ କହିଥିଲେ, ଭାରତର ପ୍ରଥମ ମତଦାତା ଶ୍ୟାମ ସରନ ନେଗୀ ଯାହାଙ୍କ ବୟସ ୧୦୬ ବର୍ଷ ନିକଟରେ ତାଙ୍କର ମୃତ୍ୟୁ ହୋଇଥିଲା । ନିଜର ମୃତ୍ୟୁର ୩ଦିନ ପୂର୍ବରୁ ସେ ପୋଷ୍ଟାଲ ବାଲଟ ମାଧ୍ୟମରେ ନିଜର ମତଦାନ କରିଥିଲେ । ରାଜୀବ କୁମାର ଆହୁରି ମଧ୍ୟ କହିଥିଲେ, ସହରୀ କ୍ଷେତ୍ରରେ ସମସ୍ତ ମତଦାତାଙ୍କୁ ଅନୁରୋଧ କରିବା ପାଇଁ ଚାହୁଁଛି ସମସ୍ତ ଯୁବକ ଭୋଟରେ ଭାଗ ନିଅନ୍ତୁ । ପଞ୍ଜୀକରଣ କରନ୍ତୁ ଏବଂ ମତଦାନ ମଧ୍ୟ କରନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe