କନକ ବ୍ୟୁରୋ: ଭାରତୀୟ ଆକାଶରେ ଏବେ ଆଉ ଉଡିବନି ବୋଇଂ ୭୩୭ ମ୍ୟାକ୍ସ ୮ ବିମାନ । ଭାରତ ସରକାର ଲଗାଇଲେ କଟକଣା । ଇଥିଓପିଆରେ ବୋଇଂ ୭୩୭ ମ୍ୟାକ୍ସ ୮ ବିମାନ ଦୁର୍ଘଟଣା ପରେ ଏହା ଉପରେ କଟକଣା ଲଗାଇଛନ୍ତି । ଗତକାଲି ରାତିରେ ବେସାମରିକ ବିମାନ ଚଳାଚଳ ବିଭାଗ ଏନେଇ କଟକଣା ଜାରି କରିବା ସହ ଆଜି ସୁରେଶ ପ୍ରଭୁ ଏନେଇ ବିଭିନ୍ନ ବିମାନ କମ୍ପାନୀ ଓ ଏଜେନ୍ସି ସହିତ ଜରୁରୀ ବୈଠକ ଡାକିଛନ୍ତି ।
ଏଥିରେ ଖାସ୍ କରି ଯାତ୍ରୀଙ୍କ ସମସ୍ୟା ନେଇ ଆଲୋଚନା କରିବା ପରେ ପରବତ୍ତୀ ନିଷ୍ପତି ନିଆଯିବ ବୋଲି କୁହାଯାଇଛି । ବିଭାଗ କହିଛି ବୋଇଂ ୭୩୭ ବିମାନର ସୁରକ୍ଷା ନେଇ ଯାଂଚ ପୁରା ନହେବା ଯାଏ ଏହି ବିମାନକୁ ଭାରତରେ ଉଡାଣ ଅନୁମତି ଦିଆଯିବ ନାହିଁ । ଇଥିଓପିଆରେ ବୋଇଂ ବିମାନ ଦୁର୍ଘଟଣା ପରେ ସାରାବିଶ୍ୱରେ ଏହି କାଟାଗୋରୀର ବିମାନକୁ ନେଇ ଏବେ ଆତଙ୍କ ଦେଖା ଦେଇଛି । କାରଣ ଗତ ୬ ମାସ ମଧ୍ୟରେ ବୋଇଂ ୭୩୭ ମ୍ୟାକ୍ସ ୮ ବର୍ଗର ୨ଟି ବିମାନ ଦୁର୍ଘଟଣା ଘଟି ସାରିଲାଣି ।
ହେଲେ ଏହି ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି । ହଠାତ୍ ମଝି ଆକାଶରେ କାହିଁକି ଧୋକା ଦେଉଛି ବୋଇଂ ୭୩୭ ବିମାନ , ତାକୁ ନେଇ ସମସ୍ତଙ୍କ ମଧ୍ୟରେ ଆଶଙ୍କା ଦେଖା ଦେଇଛି । ଭାରତ ପୂର୍ବରୁ ବ୍ରିଟେନ୍ , ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ମଲେସିଆ, ଆୟାରଲାଣ୍ଡ, ଆଇସଲାଣ୍ଡ, ଓମାନ୍, ଚୀନ୍ , ଇଣ୍ଡୋନେସିଆ, ଦକ୍ଷିଣକୋରିଆ ଏହି ବୋଇଂ ୭୩୭ ବିମାନ ଉଡାଣ ଉପରେ କଟକଣା ଜାରି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/BOEING.jpg)
/kanak/media/post_attachments/wp-content/uploads/2019/03/181115121211-file-boeing-737-max-8-super-tease-300x169.jpg)
/kanak/media/post_attachments/wp-content/uploads/2019/03/Boeing-737-MAX-8-300x182.jpg)