ପାକିସ୍ତାନକୁ ପୁଲୱାମା ହମଲାର ପ୍ରମାଣ ଦେଲା ଭାରତ: ପାକ୍ ଡେପୁଟୀ ହାଇକମିସନଙ୍କୁ ଜୈଶର ସଂପୃକ୍ତି ନେଇ ଦିଆଗଲା ଦସ୍ତାବିଜ

ଆତଙ୍କୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଦେଶ ମନ୍ତ୍ରାଳୟର ଚେତାବନୀ

141

କନକ ବ୍ୟୁରୋ: ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ହୋଇଥିବା ଆତଙ୍କୀ ହମଲାରେ ଜୈଶ -ଏ ମହମ୍ମଦ ସଂଗଠନର ସଂପୃକ୍ତିର ନେଇ ପାକିସ୍ତାନକୁ ପ୍ରମାଣ ଦେଇଛି ଭାରତ । ଗତକାଲି ପାକିସ୍ତାନ ଡେପୁଟୀ ହାଇକମିସନଙ୍କୁ ଭାରତ ଦସ୍ତାବିଜ୍ ଦେଇଛି । ଏଥିସହ ଆତଙ୍କବାଦୀ ସଂଗଠନ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାଇ ଦେଇଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ।

ଏହାଛଡା ଡୋଜିୟରରେ ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଓ ଏହାର ନେତୃତ୍ୱ ବାବଦରେ ମଧ୍ୟ ତଥ୍ୟ ଓ ପ୍ରମାଣ ଦିଆଯାଇଛି । ପାକିସ୍ତାନ ବାୟୁସେନା ସୀମା ଉଲ୍ଲଂଘନ କରିଥିବାରୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପାକିସ୍ତାନ ଡେପୁଟୀ ହାଇକମିସନଙ୍କୁ ତଲବ କରିଥିଲା । ବିଦେଶ ମନ୍ତ୍ରାଳୟ କହିଛି, ସୀମାପାର ଆତଙ୍କବାଦୀଙ୍କ ବିରୋଧରେ ନନମିଲିଟାରୀ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ରହିଛି ।

ଆତଙ୍କବାଦୀଙ୍କ ବିରୋଧରେ ଅନ୍ତର୍ଜାତୀୟ ଦାୟିତ୍ୱ ତୁଳାଇବାରେ ପାକିସ୍ତାନ ବିଫଳ ହୋଇଛି । ହେଲେ ଭାରତ ତାର ଜାତୀୟ ସୁରକ୍ଷା, ସାର୍ବଭୌମତ୍ୱ ରକ୍ଷା ପାଇଁ ଅତଙ୍କୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାରୁ ସଂପୂର୍ଣ୍ଣ ଅଧିକାର ରହିଛି । ଅନ୍ୟପଟେ ପାକିସ୍ତାନ ବୁଧବାର ଭାରତୀୟ ସେନା ପୋଷ୍ଟକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିବା କହିଛି ଏମଇଏ ।