ବଢିଲା ଭାରତୀୟ ବାୟୁସେନାର ଶକ୍ତି । ବାୟୁସେନାରେ ସାମିଲ ହେଲା ‘ହାମର ମିଜାଇଲ’ । ସୀମାରେ ଗର୍ଜିବ ମିଜାଇଲ, ଥରି ଉଠିବ ଶତ୍ରୁ ।

116

କନକ ବ୍ୟୁରୋ : ବାଲାକୋଟ ଆକ୍ରମଣ କଥାତ ମନେଥିବ ନିଶ୍ଚୟ । ପୁଲୱାମା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ରାତିର ଘନ ଅନ୍ଧାରରେ ଶତ୍ରୁ ଉପରେ ଆକ୍ରମଣ କରିବାକୁ ବାହାରିପଡିଥିଲେ ବାୟୁବୀର । ଆତଙ୍କବାଦୀ ଶିବିର ଉପରେ ଆଖିବୁଜା ବୋମା ବର୍ଷଣ କରି ଶତ୍ରୁ ଶିବିରକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଥିଲେ । ସେତେବେଳେ ଭାରତୀୟ ବାୟୁସେନା ପାଖରେ ‘ହାମର ମିଜାଇଲ’ ଭଳି ଅସ୍ତ୍ର ନଥିଲା । କିନ୍ତୁ ବର୍ତ୍ତମାନ ଭାରତୀୟ ବାୟୁସେନାରେ ସାମିଲ ହୋଇଛି ‘ହାମର ମିଜାଇଲ’ । ଯଦି ଶତ୍ରୁ ଉପରେ ପୁଣି ବାଲାକୋଟ ଭଳି ଆକ୍ରମଣ କରିବାକୁ ପଡେ ତାହେଲେ, ଏହି ମିଜାଇଲ୍ ଶତ୍ରୁ ପାଇଁ କାଳ ସାଜିବ । ଚୁଟକିରେ ଟାର୍ଗେଟକୁ ଧୁଳିସାତ୍ କରିଦେବ ।
ଏଲଏସିରେ ଭାରତ-ଚୀନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଆଲୋଚନାରେ କୌଣସି ନିସ୍କର୍ସ ବାହାରୁନି, ସୀମାରେ ଡ୍ରାଗନ ତାର ମନମାନି ଚଳାଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନାର ଅତ୍ୟାଧୁନିକ ଫାଇଟର ଜେଟ୍ ତେଜଶରେ ହାମର ମିଜାଇଲ ଖଞ୍ଜାଯାଇଛି । ହାମର ମିଶାଇଲ୍ ୭୦ କି.ମି ଦୂରରୁ ଶତ୍ରୁ ବଙ୍କର ଉପରେ ଆକ୍ରମଣ କରି ଧ୍ୱସ୍ତବିଧ୍ୱସ୍ତ କରିଦେବ । କେବଳ ଲଢୁଆ ବିମାନ ତେଜସ୍ ଏହି ମିଜାଇଲ୍ ଲଗାଯାଇନାହିଁ । ବାୟୁସେନାର ବାହୁବଳି କୁହାଯାଉଥିବା ରାଫେଲରେ ବି ଏହି ମିଜାଇଲ ଖଞ୍ଜାଯାଇଛି । ଏହି ମିଜାଇଲ ସାହାଯ୍ୟରେ ହିମାଳୟ ପାଦଦେଶରେ ଲୁଚିଥିବା ଡ୍ରାଗନ ବାହୀନିକୁ ନିପାତ କରିହେବ ।
ହାମର ମିଶାଇଲ ଲାଗିବା ପରେ ଆହୁରି ଶକ୍ତିଶାଳି ହୋଇଯାଇଛି ତେଜସ ଲଢୁଆ ବିମାନ । ପୂର୍ବ ଅପେକ୍ଷା ଏହାର ମାରକ କ୍ଷମତା ଆହୁରି ବଢିଯାଇଛି । ଚୀନର ସ୍ୱଦେଶୀ ଫାଇଟର୍ ଜେଟ୍ ଜେଏପ୍-୧୭ ମୁକାବିଲାରେ ବହୁଗୁଣା ଆଗକୁ ଚାଲିଯାଇଛି ।
ଯଦି ଆମେ ହାମର ମିଜାଇଲର କ୍ଷମତା ବିଷୟରେ କହିବା ତେବେ, ଏହି ମିଜାଇଲର ଓଜନ ୩୪୦ କେଜି, ୧୦ ଫୁଟ୍ ଲମ୍ବା ରହିଛି । ଏଥିରେ ନାବିଗେସନ୍ ଏବଂ ଗାଇଡାନ୍ସ ସିଷ୍ଟମ୍ ଲାଗିଛି । ଏହାର ପଛ ପାଶ୍ୱର୍ରେ ମୁଖ୍ୟ ହତିଆୟାର୍ ଅର୍ଥାତ୍ ୨୫୦ କିଲୋଗ୍ରାମର ବିସ୍ଫୋଟକ ଲଗାଯାଇଛି । ଏହାର ଇଞ୍ଜିନ୍ ସଲିଡ୍ ରକେଟ୍ ମେଟାଲରେ ବନିଛି ଯାହା ମହାକାଶକୁ ପଠାଯାଉଥିବା ରକେଟରେ ବ୍ୟବହାର କରାଯାଏ । ହାମର ମିଜାଇଲରେ ସେକେଣ୍ଡ ପ୍ରତି ୨୭୫୦ ମିଟର ବେଗରେ ଗତିକରିବାର କ୍ଷମତା ରହିଛି । ଏହି ମିଜାଇଲ୍ ଅଲଗା ଅଲଗା ଓଜନରେ ଉପଲବ୍ଧ ରହି । ୧୨୫, ୨୫୦, ୫୦୦ ଏବଂ ୧୦୦୦ କିଲୋଗ୍ରାମରେ ଏହି ମିଜାଇଲ ଆସୁଥିବା ବେଳେ ରାଫେଲ ଫାଇଟର ଜେଟରେ ୧୦୦୦ କିଲୋଗ୍ରାମର ହାମର ମିଜାଇଲ ଖଞ୍ଜାଯାଇଛି । ତେବେ ଫ୍ରାନ୍ସରୁ ଆସିଥିବା ହାମରର ଗତି ଏବଂ ମାରକ କ୍ଷମତାରୁ ଅନୁମାନ କରାଯାଇପାରେ ଏହା କେତେ ଘାତକ ହୋଇଥିବା