ସ୍ୱିସ୍ ବ୍ୟାଙ୍କ ସେୟାର କଲା ଚତୁର୍ଥ ତାଲିକା । ସାମ୍ନାକୁ ଆସିବ କାହା ନାଁ?

ସ୍ୱିସ୍ ବ୍ୟାଙ୍କ ସେୟାର କଲା ଚତୁର୍ଥ ତାଲିକା । ସାମ୍ନାକୁ ଆସିବ କାହା ନାଁ?

କନକ ବ୍ୟୁରୋ: ପୁଣିଥରେ ସ୍ୱିସ୍ ବ୍ୟାଙ୍କ ଜାରି କରିଛି ଭାରତୀୟ ଖାତାଧାରକଙ୍କ ତାଲିକା । ଭାରତର ସ୍ୱଚାଳିତ ସୂଚନା ବିନିୟମ (annual automatic information exchange ) ନିୟମ ଅନୁସାରେ ସ୍ୱିସ୍ ବ୍ୟାଙ୍କ ଭାରତ ସରକାରଙ୍କୁ ଏହି ତାଲିକା ଜାରି କରିଛି । ଏଥିରେ ଭାରତୀୟ ନାଗରିକ ଓ କିଛି ସଙ୍ଗଠନର ବ୍ୟାଙ୍କ ତଥ୍ୟ ରହିଛି । ସ୍ୱିସ୍ ବ୍ୟାଙ୍କରେ ଏମାନଙ୍କର ବହୁ ମାତ୍ରାରେ ଟଙ୍କା ଜମା ରହିଛି ।

ସ୍ୱିସ୍ ବ୍ୟାଙ୍କ ସହ ବିଭିନ୍ନ ଦେଶର ଆପୋଷ ବୁଝାମଣା ପରେ ୧୦୧ ଦେଶ ସହ ପାଖାପାଖି ୩୪ ଲକ୍ଷ ଆକାଉଣ୍ଟ ବାବଦରେ ବ୍ୟାଙ୍କ୍ ସବିଶେଷ ତଥ୍ୟ ଦେଇଥିବା ଜଣାପଡିଛି ।  ଏଥିରେ ଭାରତର କିଛି ବ୍ୟକ୍ତି ଓ ସଂସ୍ଥାର ନାଁ ଅଛି  । ଏମାନଙ୍କ ନାଁ ଘୋଷଣା କରିବାକୁ ପ୍ରସ୍ତୁତ ହେଉଛି ଆୟକର ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe