କନକ ବ୍ୟୁରୋ: ପୁଣିଥରେ ସ୍ୱିସ୍ ବ୍ୟାଙ୍କ ଜାରି କରିଛି ଭାରତୀୟ ଖାତାଧାରକଙ୍କ ତାଲିକା । ଭାରତର ସ୍ୱଚାଳିତ ସୂଚନା ବିନିୟମ (annual automatic information exchange ) ନିୟମ ଅନୁସାରେ ସ୍ୱିସ୍ ବ୍ୟାଙ୍କ ଭାରତ ସରକାରଙ୍କୁ ଏହି ତାଲିକା ଜାରି କରିଛି । ଏଥିରେ ଭାରତୀୟ ନାଗରିକ ଓ କିଛି ସଙ୍ଗଠନର ବ୍ୟାଙ୍କ ତଥ୍ୟ ରହିଛି । ସ୍ୱିସ୍ ବ୍ୟାଙ୍କରେ ଏମାନଙ୍କର ବହୁ ମାତ୍ରାରେ ଟଙ୍କା ଜମା ରହିଛି ।
ସ୍ୱିସ୍ ବ୍ୟାଙ୍କ ସହ ବିଭିନ୍ନ ଦେଶର ଆପୋଷ ବୁଝାମଣା ପରେ ୧୦୧ ଦେଶ ସହ ପାଖାପାଖି ୩୪ ଲକ୍ଷ ଆକାଉଣ୍ଟ ବାବଦରେ ବ୍ୟାଙ୍କ୍ ସବିଶେଷ ତଥ୍ୟ ଦେଇଥିବା ଜଣାପଡିଛି । ଏଥିରେ ଭାରତର କିଛି ବ୍ୟକ୍ତି ଓ ସଂସ୍ଥାର ନାଁ ଅଛି । ଏମାନଙ୍କ ନାଁ ଘୋଷଣା କରିବାକୁ ପ୍ରସ୍ତୁତ ହେଉଛି ଆୟକର ବିଭାଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/swiss-bank.webp)