କନକ ବ୍ୟୁରୋ : ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ତଥା ତାମିଲନାଡୁର ପୂର୍ବତନ ରାଜ୍ୟପାଳ ଫାତିମା ବିବିଙ୍କର ଦେହାନ୍ତ ହୋଇଯାଇଛି । ୯୬ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

Advertisment

କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଏହି ବିଚାରପତିଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି, ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ତଥା ତାମିଲନାଡୁର ରାଜ୍ୟପାଳ ଭାବେ ଫାତିମା ବିବି ନିଜର ଛାପ ଛାଡିଯାଇଛନ୍ତି ।

ବୀଣା ଜର୍ଜ ତାଙ୍କ ବୟାନରେ କହିଛନ୍ତି କି, ଫାତିମା ଜଣେ ସାହାସୀ ମହିଳା ଥିଲେ । ତାଙ୍କ ନାମରେ ଅନେକ ରେକର୍ଡ ରହିଛି । ସେ ତାଙ୍କ ଜୀବନରେ ଏହା ପ୍ରମାଣିତ କରିଥିଲେ କି ଦୃଢ ଇଚ୍ଛାଶକ୍ତି ଓ ମଜବୁତ୍ ଉଦ୍ଦେଶ୍ୟ ନେଇ ଜିଏ ଆଗକୁ ବଢିବ, ତାଙ୍କୁ ବିପରିତ ପରିସ୍ଥିତିରୁ ସୁରୁଖୁରୁରେ ମୁକ୍ତି ମିଳିପାରିବ ।