କନକ ବ୍ୟୁରୋ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଡେ ନାଇଟ ଟେଷ୍ଟରେ ପ୍ରଥମ ଦିନ ଖେଳ ଶେଷ ହୋଇଛି । ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ୮୯ ଓଭର ଖେଳି ୬ ୱିକେଟ ହରାଇ ୨୩୩ ରନ କରିଛି । ଦଳ ପକ୍ଷରୁ ଅଧିନାୟକ ବିରାଟ କୋହିଲ ସର୍ବାଧିକ ୭୪ ରନ କରିଥିଲେ । ସେହିପରି ରିଦ୍ଧିମାନ ସାହା ଓ ଅଶ୍ୱିନୀ ନଟ ଆଉଟ ରହିଛନ୍ତି ।
ଏହି ଟେଷ୍ଟ ମ୍ୟାଚରେ ଭାରତ ପ୍ରଥମ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ଦଳ ଏତେ ଭଲ ପ୍ରଦର୍ଶନ କରିପାରିନଥିଲା । ଦଳ ପକ୍ଷରୁ ବିରାଟ କୋହିଲ ୭୪, ଚେତେଶ୍ୱର ପୂଜାରା ୪୩ ଓ ଆଜିଙ୍କ୍ୟ ରାହାଣେ ୪୨ ରନ କରିଛନ୍ତି । ସେହିପରି ରିଦ୍ଧିମାନ ସାହା ୯ ଓ ଅଶ୍ୱିନୀ ୧୫ ରନରେ ନଟ ଆଉଟ ରହିଛନ୍ତି ।
କାଲି ପୁଣି ଦ୍ୱିତୀୟ ଦିନ ବ୍ୟାଟିଂ ଆରମ୍ଭ କରିବ ଭାରତ । ଏହି ମ୍ୟାଚକୁ ଜିତିବାକୁ ହେଲେ ଭାରତକୁ ବଡ ସ୍କୋର କରିବାକୁ ହେବ । ସେହିପରି ଅଷ୍ଟ୍ରେଲିଆ ବୋଲର ଭଲ ପ୍ରଦର୍ଶନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/EpbloKgVoAAb8Ob.jpg)