କନକ ବ୍ୟୁରୋ : ଟିମ୍ ଇଣ୍ଡିଆକୁ ମିଳିଲା ଧୋନୀଙ୍କ ବିକଳ୍ପ ? ଏକଥା ଆମେ କହୁନୁ, ଏହା କହିଛନ୍ତି ପାକିସ୍ତାନ କ୍ରିକେଟର ରାୱଲପିଣ୍ଡି ଏକ୍ସପ୍ରେସ ତଥା ପୂର୍ବତନ ଦ୍ରୁତତମ ବୋଲର ସୋଏବ ଅଖତାର । ନିଜ ୟୁଟ୍ୟୁବ ଚ୍ୟାନେଲରେ ମହେନ୍ଦ୍ର ସିଂହ ଧୋନୀଙ୍କ ବିକଳ୍ପ ଭାବେ ଜଣେ ଖେଳାଳୀଙ୍କ ନାଁ ଘୋଷଣା କରିଛନ୍ତି ସୋଏବ ।
/kanak/media/post_attachments/wp-content/uploads/2020/01/56e18564-3c10-11ea-ae56-f909945546d5.jpg) ସବୁଠାରୁ ବଡ କଥା ହେଉଛି, ସୋଏବ, ନା ଋଷଭ ପନ୍ଥଙ୍କ ନାଁ ନେଇଛନ୍ତି, ନା ସଞ୍ଜୁ ସାମସନ୍ ନା କେଏଲ୍ ରାହୁଲ । ମନିଷ ପାଣ୍ଡେଙ୍କୁ କ୍ୟାପଟେନ୍ କୁଲ ମାହିଙ୍କ ବିକଳ୍ପ ବୋଲି କହିଛନ୍ତି ସୋଏବ ଅଖତାର । ସୋଏବ କହିଛନ୍ତି, ମନିଷଙ୍କ ରୂପରେ ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନ୍ ଅପ୍ ପୂରା ହୋଇଯାଇଛି ।
ସବୁଠାରୁ ବଡ କଥା ହେଉଛି, ସୋଏବ, ନା ଋଷଭ ପନ୍ଥଙ୍କ ନାଁ ନେଇଛନ୍ତି, ନା ସଞ୍ଜୁ ସାମସନ୍ ନା କେଏଲ୍ ରାହୁଲ । ମନିଷ ପାଣ୍ଡେଙ୍କୁ କ୍ୟାପଟେନ୍ କୁଲ ମାହିଙ୍କ ବିକଳ୍ପ ବୋଲି କହିଛନ୍ତି ସୋଏବ ଅଖତାର । ସୋଏବ କହିଛନ୍ତି, ମନିଷଙ୍କ ରୂପରେ ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନ୍ ଅପ୍ ପୂରା ହୋଇଯାଇଛି ।
ତେବେ ୨୦୧୯ ବିଶ୍ୱକପରେ ଟିମ୍ ଇଣ୍ଡିଆର ପରାଜୟ ପରେ ନିଜକୁ କ୍ରିକେଟ୍ ଠାରୁ ଦୂରେଇ ରଖିଛନ୍ତି ଧୋନୀ ।
/kanak/media/post_attachments/wp-content/uploads/2020/01/mANISH.png) ଏପରିକି ବିଭିନ୍ନ ସମୟରେ ଧୋନୀଙ୍କ ଅବସରକୁ ନେଇ ମଧ୍ୟ ଚର୍ଚ୍ଚା କରାଯାଉଛି । ଆଉ ଏପରି ସ୍ଥିତିରେ ସମସ୍ତେ ଋଷଭ ପନ୍ଥଙ୍କୁ ଧୋନୀଙ୍କ ବିକଳ୍ପ ବୋଲି କହୁଥିବା ବେଳେ ମନିଷ ପାଣ୍ଡେଙ୍କୁ ଧୋନୀଙ୍କ ବିକଳ୍ପର ଆଖ୍ୟା ଦେଇଛନ୍ତି ସୋଏବ ଅଖତାର । ତେବେ ଚର୍ଚ୍ଚା ଆଲୋଚନା ଭିତରେ ଆଗକୁ ଟିମ୍ ଇଣ୍ଡିଆରେ ଧୋନୀଙ୍କ ସ୍ଥାନରେ କେଉଁ ଖେଳାଳୀ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ, ଏବେ ତାକୁ ହିଁ ଅପେକ୍ଷା ।
ଏପରିକି ବିଭିନ୍ନ ସମୟରେ ଧୋନୀଙ୍କ ଅବସରକୁ ନେଇ ମଧ୍ୟ ଚର୍ଚ୍ଚା କରାଯାଉଛି । ଆଉ ଏପରି ସ୍ଥିତିରେ ସମସ୍ତେ ଋଷଭ ପନ୍ଥଙ୍କୁ ଧୋନୀଙ୍କ ବିକଳ୍ପ ବୋଲି କହୁଥିବା ବେଳେ ମନିଷ ପାଣ୍ଡେଙ୍କୁ ଧୋନୀଙ୍କ ବିକଳ୍ପର ଆଖ୍ୟା ଦେଇଛନ୍ତି ସୋଏବ ଅଖତାର । ତେବେ ଚର୍ଚ୍ଚା ଆଲୋଚନା ଭିତରେ ଆଗକୁ ଟିମ୍ ଇଣ୍ଡିଆରେ ଧୋନୀଙ୍କ ସ୍ଥାନରେ କେଉଁ ଖେଳାଳୀ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ, ଏବେ ତାକୁ ହିଁ ଅପେକ୍ଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2020/01/DHONI-2.jpg)