ଦେଶରେ କମିଲା ଦୈନିକ ସଂକ୍ରମଣ, ହେଲେ ୪ ହଜାର ଉପରେ ମୃତ୍ୟୁ ସଂଖ୍ୟା : ଗତ ୭ ଦିନ ହେଲା କମୁଛି ସଂକ୍ରମଣ, ବଢ଼ୁଛି ମୃତ୍ୟୁ

Advertisment
ଦେଶରେ କମିଲା ଦୈନିକ ସଂକ୍ରମଣ, ହେଲେ ୪ ହଜାର ଉପରେ ମୃତ୍ୟୁ ସଂଖ୍ୟା : ଗତ ୭ ଦିନ ହେଲା କମୁଛି ସଂକ୍ରମଣ, ବଢ଼ୁଛି ମୃତ୍ୟୁ

କନକ ବ୍ୟୁରୋ : ଦେଶରେ ଦୈନିକ ସଂକ୍ରମଣରେ ହ୍ରାସ ଦେଖିବାକୁ ମିଳିଛି । ଗତ ୨୪ ଘଂଟାରେ ଦେଶରେ ୨ ଲକ୍ଷ ୮୧ ହଜାର ୩୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହେଲେ ମୃତ୍ୟୁ ହାର ୪ ହଜାର ଉପରେ ରହିଛି । ଗୋଟିଏ ଦିନରେ ଦେଶରେ ପୁଣି ୪ ହଜାର ୧୦୬ଜଣ କରୋନାରେ ଆଖି ବୁଜିଛନ୍ତି । ତେବେ ଗତ ୭ଦିନ ହେଲା ସଂକ୍ରମଣ କମୁଛି ଓ ମୃତ୍ୟୁ ସଂଖ୍ୟା ବଢୁଥିବା ଦେଖା ଯାଉଛି ।

- ଦେଶରେ ୭ ଦିନର ହାରାହାରି ଦୈନିକ ସଂକ୍ରମଣରେ ଲଗାତର ହ୍ରାସ ଦେଖାଯାଉଛି
- ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ପଜିଟିଭ ହାର ୭ ଦିନରେ ୨୨.୪%ରୁ ୧୯.୫%କୁ କମିଛି
- ସେହିପରି ସକ୍ରିୟ ମାମଲା ମଧ୍ୟ ଦେଢଲକ୍ଷରୁ ଅଧିକ କମିଛି, ମେ’ ୮ରେ ସକ୍ରିୟ ମାମଲା ଥିଲା ୩୭.୮ ଲକ୍ଷ
- କିନ୍ତୁ ଦୈନିକ ହାରାହାରି ମୃତ୍ୟୁ ହାର ଏବେ ବି ୪ ହଜାର ଉପରେ ରହୁଥିବା ଦେଖାଯାଉଛି
- ଚଳିତ ମାସ ୧୫ ଦିନରେ ୫୮ ହଜାର ୫୪୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି
- ଏପ୍ରିଲ ମାସରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଥିଲା ୪୮ ହଜାର ୭୬୮

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe