ଗତ ୨୪ ଘଂଟାରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଛୁଇଁଲା ୪୩ । ଦିନକରେ ଚିହ୍ନଟ ହେଲେଣି ୯୯୧ ଜଣ କରୋନା ପଜିଟିଭ୍ ।

714

କନକ ବ୍ୟୁରୋ: କରୋନା ନେଇ କେନ୍ଦ୍ର ସରକାରଙ୍କ ତାଜା ତଥ୍ୟ । ଗତ ୨୪ ଘଂଟାରେ ଦେଶରେ ୯୯୧ ଜଣ ଆକ୍ରାନ୍ତ ଚିହ୍ନଟ ହାଇଥିବା ବେଳେ ୪୩ ଜଣଙ୍କ ଜୀବନ ଯାଇଛି । ଭାରତରେ ୧୯୯୨ ଲୋକ ସୁସ୍ଥ ହୋଇଛନ୍ତି । ୪୫ ଜିଲ୍ଲାରୁ ୧୪ ଦିନ ହେବ କିଛି ଆସିନି ପଜିଟିଭ କେସ୍ । ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୪ ହଜାର ୩୭୮ । ଭାରତରେ ଫଶିଥିବା ବିଦେଶୀଙ୍କ ପାଇଁ ବଢିବ ଭିସା ଅବଧି ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯୯୧ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଛି, ଏହା ଫଳରେ ଦେଶରେ ମୋଟ ସଂକ୍ରମଣ ମାମଲା ୧୪୩୭୮ରେ ପହଞ୍ଚିଛି । ସେହପରି ଗତ ୨୪ ଘଣ୍ଟାରେ ଦେଶରେ ୪୩ ଜଣ କରୋନା ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି, ଏହାକୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା ୪୮୦ରେ ପହଞ୍ଚିଛି ।

ସେ କହିଛନ୍ତି ଯେ ଦେଶରେ ଏପର୍ଯ୍ୟନ୍ତ ୧୯୯୨ ଜଣ ବ୍ୟକ୍ତି ଆରୋଗ୍ୟ ହେଲେଣି । ଦେଶର କରୋନା ମୃତ୍ୟୁହାର ୩ ପ୍ରତିଶତ ଥିବାବେଳେ ଆରୋଗ୍ୟ ହାର ୧୩.୮୫ ପ୍ରତିଶତ ରହିଛି । ଦେଶରେ କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ପ୍ରାୟ ୮୩ ପ୍ରତିଶତ ଲୋକଙ୍କ ପୂର୍ବରୁ ହିଁ ଅନ୍ୟ ପ୍ରକାରର ରୋଗ ଥିଲା । ମୃତ୍ୟୁବରଣ କରିଥିବା ଲୋକମାନଙ୍କ ମଧ୍ୟରୁ ପ୍ରାୟ ୪୨.୨ ପ୍ରତିଶତ ଲୋକଙ୍କ ବୟସ ୭୫ ବର୍ଷରୁ ଅଧିକ, ୩୩ ପ୍ରତିଶତଙ୍କ ବୟସ ୬୦-୭୫ ବର୍ଷ, ୧୦ ପ୍ରତିଶତଙ୍କ ବୟସ ୪୫-୬୦ ବର୍ଷ ଓ ୧୪ ପ୍ରତିଶତଙ୍କ ବୟସ ୦-୪୫ ବର୍ଷ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।