ଦେଶରେ ୨୪ ଘଣ୍ଟାରେ ୧ ହଜାର ୫୪୦ ପଜିଟିଭ୍ । ୧୭ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟ।। ସକ୍ରିୟ ରହିଛି ୧୪ ହଜାର ୨୫୫ଟି କେସ୍ । ଦିନକରେ କରୋନାରେ ୪୦ ମୃତ

596

କନକ ବ୍ୟୁରୋ: ଭାରତରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ସାଢେ ୭ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣ ହେଉଛି । ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ହଜାର ୨୬୫ରେ ପହଂଚିଛି । ଗତକାଲିଠାରୁ ଆଜି ଭିତରେ ଦେଶରେ ୧ହଜାର ୫୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ଘଂଟାରେ ୪୦ଜଣଙ୍କର ମୃତ୍ୟୁ ହୋଇଛି ।

ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୨ ହଜାର ୪୨ ଜଣ ସୁସ୍ଥ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ୫୪୦ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୫୫୯ରେ ପହଁଚିଛି । ତେବେ ୧୭ହଜାର ୨୬୫ରେ ଆକ୍ରାନ୍ତଙ୍କ ମଧ୍ୟରୁ ମୋଟ୍ ୧୪ ହଜାର ୨୫୫ ଟି ସକ୍ରିୟ କେସ୍ ରହିଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।