ଗୋଟିଏ ଦିନରେ ଦେଶରେ ୧ ହଜାର ୨୧୧ କରୋନା ଆକ୍ରାନ୍ତ ଚିହ୍ନଟ । ୧୦ହଜାର ୮୧୫ରେ ପହଂଚିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ଘଣ୍ଟାରେ ୩୧ଜଣଙ୍କ ମୃତ୍ୟୁ ।

436

କନକ ବ୍ୟୁରୋ: ୧୦ ହଜାର ଟପିଲା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଅପରାହ୍ନ ୪ଟା ସୁଦ୍ଧା ଦେଶରେ ୧୦ ହଜାର ୮୧୫ ଜଣ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତିି । ଗତ ୨୪ ଘଂଟା ଭିତରେ ସର୍ବାଧିକ ୧୪ଶହ ୬୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାରାତ୍ମକ ଭୂତାଣୁ ଗତ ୨୪ ଘଂଟା ମଧ୍ୟରେ ୩୧ ଜଣଙ୍କ ଜୀବନ ନେଇଥିବା ବେଳେ ଏଯାଏ ମୋଟ ମୃତ୍ୟୁସଂଖ୍ୟା ୩୫୩ରେ ପହଁଚିଥିିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

ବର୍ତମାନ ଦେଶରେ ୯ହଜାର ୨ଶହ ୭୨ ଜଣ କରୋନା ଆକ୍ରାନ୍ତ ସକ୍ରିୟ ଥିବା ତଥ୍ୟ ମିଳିଛି । ଏଥିସହ ୧୧ଶହ ୯୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତମାନ ସରକାରଙ୍କ ପ୍ରମୁଖ କାମ ହେଉଛି କରୋନା ସଂକ୍ରମିତଙ୍କ ଚେନ ଭାଙ୍ଗିବା । ଯଦି କୌଣସି ସ୍ଥାନରେ ୨୮ ଦିନରେ କୌଣସି ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନଥିବ ଏବଂ ଶେଷ ଆକ୍ରାନ୍ତ ବି ନେଗେଟିଭ ହୋଇସାରିଥିବ ତାହାଲେ ଆମେ କରୋନାର ଚେନ୍ ଭାଙ୍ଗିବାରେ ସଫଳ ବୋଲି ଜାଣିବା ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

ତେବେ ଏହି ଚେନକୁ ଭାଙ୍ଗିବା ପାଇଁ ପ୍ରମୁଖ ଅସ୍ତ୍ର ସାମାଜିକ ଦୂରତା ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ ଅଗ୍ରୱାଲ ।