ମହାମାରୀ, ମାସ୍କ ଜରୁରୀ । ଘଡିସନ୍ଧି ମୁହୂର୍ତ୍ତରେ ସତର୍କ ନହେଲେ ବୃଥା ହେବ ସବୁ ପରିଶ୍ରମ । ୨୧ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଦେଶବାସୀଙ୍କୁ ମୋଦିଙ୍କ ଆହ୍ୱାନ

1,272

କନକ ବ୍ୟୁରୋ: ମହାମାରୀ ମୁକାବିଲା ମୋଦିଙ୍କ ସମ୍ବୋଧନ । କରୋନା ସହ ଆଉ କିଛି ଦିନ ଲଢେଇ କରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ । ଅନ୍ୟ ଦେଶ ତୁଳନାରେ ଭାରତରେ ଭୟଙ୍କର ରୂପ ନେଇ ନାହିଁ କରୋନା ଭାଇରସ । ସେମିତି ଅନ୍ୟ ଦେଶ ତୁଳନାରେ ଆମ ଦେଶରେ ମୃତ୍ୟୁ ହାର ମଧ୍ୟ କମ । କରୋନାରେ ଯାହାର ବି ମୃତ୍ୟୁ ହେବ ଏହା ଦୁଃଖଦ । ତେବେ ଦେଶରେ ସଂକ୍ରମଣ ଯେଉଁ ପରିମାଣରେ ବଢିବାରେ ଲାଗିଛି ସୁସ୍ଥ ମଧ୍ୟ ସେହି ତୁଳନାରେ ବଢୁଛି । ତେଣୁ ଏହି ଘଡିସନ୍ଧି ମୁହୂର୍ତ୍ତରେ ଆମକ ଅଧିକ ସତର୍କ ରହିବାକୁ ପଡିବ । କାରଣ ଆମର ସାମାନ୍ୟ ଖାମଖିଆଲିପଣ ବିଗତ ଦିନର ସବୁ ପରିଶ୍ରମରେ ପାଣି ଢାଳିଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସତର୍କ ରହିବା ସହ ମାସ୍କ ଅନିର୍ବାଯ୍ୟ । ବାହାରକୁ ବାହାରୁଥିଲେ ବିନା ମାସ୍କରେ ବାହାରିବା ବିପଦ । ମାସ୍କର ବ୍ୟବହାର ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ଅଟେ । ମାସ୍କ ବ୍ୟବହାର ନିଜ ସହ ନିଜ ପରିବାରକୁ ମଧ୍ୟ ସୁରକ୍ଷିତ ରଖିଥାଏ । ଖାଲି ମାସ୍କ ନୁହେଁ ସାମାଜିକ ଦୂରତା ସହ ନିୟମିତ ସାବୁନରେ ହାତ ଧୋଇବା ବି ଆବଶ୍ୟକ ବୋଲି ମୋଦି ଦେଶବାସୀଙ୍କ କହିଛନ୍ତି ।

ତେବେ କରୋନା ସଂକ୍ରମଣ ପରିସ୍ଥିତି ନେଇ ଆଜି ୨୧ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନସିଂରେ ଆଲୋଚନା ପରେ ଦେଶବାସୀଙ୍କ ଉଦେଶ୍ୟରେ ଏସବୁ କହିଛନ୍ତି ମୋଦି । ଜୀବନ ପାଇଁ ଜୀବୀକାକୁ ଦୃଢ କରିବାକୁ ଅନଲକ ୧ରେ ଅନେକ ସଂସ୍ଥା ଖୋଲାଯାଇଛି । ଚଳିତ ବର୍ଷ ମେ ମାସରେ ଫର୍ଟିଲାଇଜର ବିକ୍ରି ଦୁଇଗଣା ହୋଇଛି । କୃଷକ କିପରି କ୍ଷତି ନସହୁ ସେଥିପ୍ରତି ଧ୍ୟାନ ଦିଆଯାଉଛି । ଆଉ ଏସବୁ ଦେଶରେ ଧିରେଧିରେ ଅର୍ଥନୀତି ସୁଧୁରିବାର ସଙ୍କେତ ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।