ଅନଲକ-୧ରୁ ଅବହେଳା ଆରମ୍ଭ ? ଅନଲକ ୨.୦ ପୂର୍ବରୁ ସତର୍କ କରାଇଲେ ପ୍ରଧାନମନ୍ତ୍ରୀ । କହିଲେ ନିୟମ ମାନୁ ନାହାନ୍ତି ଲୋକେ । ଅଧିକ ସତର୍କ ରହିବା ସମୟରେ ହେଉଛି ଅଧିକ ଅବହେଳା…

1,113

କନକ ବ୍ୟୁରୋ: ଆସନ୍ତାକାଲି ଠାରୁ ଦେଶରେ ଲାଗୁ ହେବ ଅନଲକ-୨ । ଜୀବନ ସହ ଜୀବୀକାକୁ ଗୁରୁତ୍ୱ ଦେବା ପାଇଁ ଅନଲକ ଦେଶରେ ଅନଲକ ବ୍ୟବସ୍ଥା କରାଯାଇଛି । ଅନଲକ-୧ ପରେ କାଲିଠାରୁ ଅନଲକ ୨.୦ ଆରମ୍ଭ ହେଉଛି । ତେବେ ଏହା ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶର ସଂକଟ ସମୟରେ ଲୋକେ ବେଶି ଖାମଖିଆଲି ହେଇଯାଉଛନ୍ତି । ଅନଲକ ପରେ ପରେ ଅନେକ ଲୋକ ଅବହେଳା କରୁଥିବାର ଦେଖାଯାଉଛି ।

ଅନଲକ-୧ ପରଠୁ ଲୋକଙ୍କ ଖାମଖିଆଲି ବଢିଛି । ବ୍ୟକ୍ତିଗତ, ସାମାଜିକ ସ୍ତରରେ ଲୋକେ ନିୟମ ମାନୁ ନାହାନ୍ତି । ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ଆଦି ନିୟମରେ ଢିଲା ମାରୁଛନ୍ତିା ଯେତେବେଳେ ସତର୍କ ରହିବା କଥା ସେତେବେଳେ ଆମେ ଅଧିକ ଅବହେଳା କରୁଛେ ବୋଲି ନିୟମ ଉଲ୍ଲଙ୍ଘନକାରୀଙ୍କୁ ସତର୍କ କରାଇଛନ୍ତି ମୋଦି ।

ତେବେ ଲକଡାଉନ ବେଳେ ଲୋକେ ନିୟମ ଯେତିକି ମାନୁଥିଲେ ଅନଲକରେ ସେତିକି ମାନୁ ନାହାନ୍ତି । ବରଂ ଅଧିକ ଅବହେଳା କରୁଛନ୍ତି । ନିୟମ ଉପରେ କେହି ନୁହେଁ । ସେ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ ବା ଗାଁ ମୁଖିଆ । ସମସ୍ତଙ୍କୁ ଆଇନକୁ ମାନିବାକୁ ପଡିବ । ତେଣୁ ପ୍ରଶାସନ ଠାରୁ ସାଧାରଣ ଲୋକେ ନିୟମ ଉଲ୍ଲଙ୍ଘନକାରୀଙ୍କୁ ବୁଝାନ୍ତୁ ସେମାନଙ୍କୁ ଚେତାଇ ଦିଅନ୍ତି ବୋଲି ମୋଦି ଅମାନିଆଙ୍କ ପାଇଁ କହିଛନ୍ତି । ତେଣୁ ହାତ ଧୋଇବା ଠାରୁ ମାସ୍କ ପିନ୍ଧିବା ପୂର୍ବଭଳି ସମସ୍ତେ ନିୟମ ମାନିବାକୁ ଦେଶବାସୀଙ୍କୁ ଆହ୍ୱାନ । ସମସ୍ତେ ନିୟମ ମାନିବା ବାଧ୍ୟତାମୂଳକ, ନିୟମ ଉପରେ କେହି ନାହିଁ ବୋଲି ମୋଦି କହିଛନ୍ତି ।