୨୧ ଦିନ ଭାରତରେ ତାଲାବନ୍ଦ, ସଚେତନ କରାଉଛନ୍ତି ସେଲିବ୍ରିଟୀ । ବିରୁଷ୍କା କହିଲେ, ଏକତା ଦେଖାଇବା ‘ବିଶ୍ୱ ମହାମାରୀ’ କରୋନାକୁ ବିଦା କରିବା ।

621

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଲକ୍ ଡାଉନ୍ ପରେ ଲୋକଙ୍କୁ ସଚେତନ କରାଉଛନ୍ତି ସେଲିବ୍ରିଟୀ । ଏହି ମର୍ମରେ କ୍ରିକେଟ୍ ଦୁନିଆର ରନ୍ ମେସିନ୍ ବା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଦେଶବାସୀଙ୍କୁ ସଚେତନ କରାଇଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୨୧ ଦିନ ଲକ୍ ଡାଉନ ନିଷ୍ପତିକୁ ସହଯୋଗ ଜଣାଇବାକୁ ଅନୁରୋଧ କରିଛନ୍ତି ବିରୁଷ୍କା ।

ବିରୁଷ୍କା କହିଛନ୍ତି କି, ଘରେ ରହି ନିଜେ ସୁରକ୍ଷିତ ରହନ୍ତୁ, ପରିବାରକୁ ସୁରକ୍ଷିତ ରଖନ୍ତୁ ଓ ଦେଶକୁ ମଧ୍ୟ ସୁରକ୍ଷିତ ରଖନ୍ତୁ । ସବୁଠାରୁ ବଡ଼ କଥା ହେଲା, କରୋନାକୁ ନେଇ କୌଣସି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ କାରଣ ଆପଣଙ୍କ ଗୋଟିଏ ଭୁଲ ସାରା ଦେଶବାସୀଙ୍କୁ ଭୋଗିବାକୁ ପଡ଼ିପାରେ । ତେଣୁ ଆସନ୍ତୁ ଏକତା ଦେଖାଇବା ଦେଶକୁ ବଞ୍ଚାଇବା ବୋଲି ବାର୍ତ୍ତା ଦେଇଛନ୍ତି ବିରୁଷ୍କା