ଅଧାକୋଟି ଟିକାକରଣରେ ଭାରତ ଆଗୁଆ : ମାତ୍ର ୨୧ ଦିନରେ ୫୨ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଗଲାଣି କରୋନା ଟିକା

72

କନକ ବ୍ୟୁରୋ : କରୋନା ଟିକାକରଣ ମାମଲାରେ ଭାରତ, ବିଶ୍ୱର ଅନ୍ୟ ସମସ୍ତ ଦେଶକୁ ପଛରେ ପକାଇଛି । ସାରା ବିଶ୍ୱରେ ଭାରତ ଦ୍ରୁତତମ ୫୦ ଲକ୍ଷ ଟିକାକରଣ କରି ନୂଆ ମାଇଲଖୁଂଟକୁ ଛୁଇଁଛି । ଜାନୁୟାରୀ ୧୬ରୁ ଟିକାକରଣ ଆରମ୍ଭ ହୋଇଥିବା ବେଳେ ମାତ୍ର ୨୧ ଦିନ ଭିତରେ ଅଧାକୋଟି ଲୋକଙ୍କୁ ଟିକା ଦେଇଛି ଭାରତ ।

ପ୍ରେସମିଟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଅତିରିକ୍ତ ସଚିବ ମନୋହର ଅଗ୍ନାନି କହିଛନ୍ତି, ଭାରତରେ ମାତ୍ର ୨୧ ଦିନରେ ୫୦ଲକ୍ଷ ଲୋକଙ୍କୁ ଟିକା ଦିଆଯାଇପାରିଛି । ଆମେରିକାରେ ୫୦ ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ୨୪ ଦିନ ସମୟ ଲାଗିଥିବା ବେଳେ ବ୍ରିଟେନରେ ୪୩ ଓ ଇସ୍ରାଏଲରେ ୪୫ ଦିନରେ ୫୦ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଥିଲା । ମୋନହର ଅଗ୍ନାନି କହିଛନ୍ତି ଶୁକ୍ରବାର ଦେଶରେ ୩ ଲକ୍ଷ ୩୧ ହଜାର ୨୯ ଜଣଙ୍କୁ କରୋନା ଟିକା ଦିଆଯାଇଛି । ଏହାକୁ ମିଶାଇ ଦେଶରେ ୫୨ ଲକ୍ଷ ୯୦ ହଜାର ୪୭୪ ଜଣ କରୋନା ଟିକା ନେଇଥିବା ସେ ସୂଚନା ଦେଇଛନ୍ତି ।