କନକ ବ୍ୟୁରୋ: ଅନ୍ତର୍ଜାତୀୟ ଯାତ୍ରୀ ବିମାନ ଚଳାଚଳ ଉପରେ ଲାଗିଥିବା ପ୍ରତିବନ୍ଧକ ସୀମାକୁ ବଢାଇଲା ଡିଜିସିଏ । କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏହି ସମୟ ସୀମାକୁ ସେପ୍ଟେମ୍ବର ୩୦ ଯାଏଁ ବୃଦ୍ଧି କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ । କିନ୍ତୁ କାର୍ଗୋ ବିମାନ ଉପରେ ଏହି ନିୟମ ଲାଗୁ ହେବ ନାହିଁ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହାସହ ଡିଜିସିଏ ଦ୍ୱରା ମଂଜୁର ହୋଇଥିବା ନିର୍ଦ୍ଦିଷ୍ଟ କେତେକ ରୁଟରେ ବିମାନ ଚଳାଚଳ କରାଯାଇ ପାରିବ ବୋଲି ସୂଚନା ରହିଛି ।ବିଦେଶରୁ ଭାରତୀୟଙ୍କୁ ଆଣିବା ପାଇଁ ଆରମ୍ଭ ହୋଇଥିବା ‘ବନ୍ଦେ ଭାରତ ମିଶନ’ ଅନ୍ତର୍ଭୁକ୍ତ ବିମାନ ଗୁଡିକ ଉପରେ ମଧ୍ୟ ଏହି କଟକଣା ଲାଗୁ ହେବ ନାହିଁ ।
ସୂଚନା ମୁତାବକ, କରୋନାର ପ୍ରଭାବକୁ ଦୃଷ୍ଟିରେ ରଖି ୨୦୨୦ ମାର୍ଚ୍ଚ ୨୩ ରୁ ଯାତ୍ରୀବାହୀ ବିମାନ ଗୁଡିକ ଉପରେ ଏଂହି କଟକଣା ଲାଗୁ ହୋଇଛି । ଭାରତ ସରକାରଙ୍କ ଏହି କଟକଣାକୁ ବିଭିନ୍ନ ରାଷ୍ଟ୍ର ସହମତି ଜଣାଇଛନ୍ତି ।
ବଢିଲା ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ କଟକଣା ଅବଧି: ସେପ୍ଟେମ୍ବର ୩୦ ଯାଏଁ ରୋକ୍, ଚାଲିବ କାର୍ଗୋ ଓ ବନ୍ଦେ ଭାରତ ମିଶନ ବିମାନ
Advertisment
Follow Us