ଭାରତରେ ଧରାପଡ଼ିଲେ ପାକିସ୍ତାନୀ ଗୁପ୍ତଚର: ପାକିସ୍ତାନ ହାଇକମିଶନର ୩ କର୍ମଚାରୀ ଗୁପ୍ତଚର କାମ କରୁଥିବା ବେଳେ ଧରିଲା ଗୁଇନ୍ଦା ସଂସ୍ଥା

୨ ଜଣଙ୍କୁ ବହିଷ୍କାର କଲା ନୂଆଦିଲ୍ଲୀ, ତୁରନ୍ତ ପାକିସ୍ତାନ ଫେରିବାକୁ ନିର୍ଦ୍ଦେଶ

1,016

କନକ ବ୍ୟୁରୋ: ଭାରତରେ ପାକିସ୍ତାନୀ ଅଧିକାରୀ ଭାବେ ଅବସ୍ଥାପିତ ହୋଇଥିଲେ, ହେଲେ ଅସଲରେ ଥିଲେ ସେମାନେ ପାକିସ୍ତାନର ଗୁପ୍ତଚର । ନୂଆଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନର ୩ କର୍ମଚାରୀ ଗୁପ୍ତଚର ଭାବେ କାମ କରୁଥିବା ଠାବ କରିଛି ଭାରତୀୟ ଗୁଇନ୍ଦା ସଂସ୍ଥା । ଭାରତ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏମାନେ ପଠାଉଥିବା ବେଳେ ଗୁଇନ୍ଦା ସଂସ୍ଥା ଧରିଥିଲା । ଅବିଦ ହୁସେନ, ତାହିର ଖାନ ଓ ଜାଭେଦ ହୁସେନ ପାକିସ୍ତାନ ହାଇକମିଶନର କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ ।

ହେଲେ ସେମାନେ ପ୍ରକୃତରେ ପାକିସ୍ତାନ ଗପ୍ତଚର ଭାବେ କାର୍ଯ୍ୟ କରୁଥିଲେ । ଏହା ଜଣାପଡ଼ିବା ପରେ ତୁରନ୍ତ ସେମାନେ ଭାରତ ଛାଡ଼ିବାକୁ ନୂଆଦିଲ୍ଲୀ ନିର୍ଦ୍ଦେଶ ଦେଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଖରାପ ଚାଲିଥିବା ବେଳେ ଏହି ଗୁପ୍ତଚର ଧରାପଡ଼ିବା ଖବର ଏହି ସମ୍ପର୍କକୁ ଆହୁରି ଖରାପ କରିବାର ଆଶଙ୍କା ଦେଖାଦେଇଛି । ପୂର୍ବରୁ ୨୦୧୬ରେ ପାକିସ୍ତାନର ଜଣେ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲା ଭାରତ ।