କନକ ବ୍ୟୁରୋ : ଜୁନିୟର ହକି ବିଶ୍ୱକପର ସେମିଫାଇନାଲରେ ଭାରତ । କ୍ୱାର୍ଟର ଫାଇନାଲରେ ବେଲଜିୟମକୁ ୧-୦ ଗୋଲରେ ପରାସ୍ତ କରି ଭାରତ ସେମିଫାଇନାଲରେ ପ୍ରବେଶ କରିଛି । ମ୍ୟାଚର ପ୍ରଥମାର୍ଦ୍ଧ ୨୦ ମିନିଟରେ ପ୍ରଥମ ଗୋଲ ସ୍କୋର କରିଥିଲା ଭାରତ । ଭାରତ ପକ୍ଷରୁ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ ସାରଦାନନ୍ଦ ତିୱାରୀ ।
ଗୋଟିଏ ଗୋଲରେ ଆଗୁଆ ରହି ଭାରତ ବେଲଜିୟମକୁ ମ୍ୟାଚକୁ ପରିବର୍ତନ କରିବା ପାଇଁ କୌଣସି ସୁଯୋଗ ଦେଇନଥିଲା । ଷ୍ଟ୍ରଙ୍ଗ ଡିଫେଣ୍ଡ ଯୋଗୁଁ ବେଲଜିୟମର ଶାଣିତ ଆକ୍ରମଣକୁ ପ୍ରତିହତ କରି ସେମିଫାଇନାଲରେ ଭାରତ ପ୍ରବେଶ କରିପାରିଛି । ଭାରତର ଗୋଲକିପର ପ୍ରଶାନ୍ତ ଚୌହ୍ୱାନ ଏକାଧିକ ଗୋଲକୁ ରୋକି ଚମକ୍ରାର ଖେଳ ପ୍ରଦର୍ଶନ କରିଛନ୍ତି । କୋଭିଡ କଟକଣା ଭିତରେ କ୍ୱାର୍ଟରଫାଇନାଲ ଖେଳ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/FFh-av_UUAA0pPm.jpg)