କନକ ବ୍ୟୁରୋ : ବିଶ୍ୱକପ ଟାଇଟଲ ଠାରୁ ଆଉ ଗୋଟିଏ ପାଦ ଦୂରରେ ଟିମ ଇଣ୍ଡିଆ । ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ମାତ୍ ଦେଇ ୧୯ ବର୍ଷରୁ କମ ମହିଳା ବିଶ୍ୱକପର ଫାଇନାଲରେ ଏଣ୍ଟ୍ରି କରିଛି ଭାରତ ।

Advertisment

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ଆଉ ସେଫାଳିଙ୍କ ଏହି ନିଷ୍ପତ୍ତିକୁ ସଠିକ୍ ପ୍ରମାଣିତ କରିଥିଲେ ଭାରତୀୟ ବୋଲର । ନିୟମିତ ବ୍ୟବଧାନରେ ୱିକେଟ ହରାଇ ନିର୍ଦ୍ଧାରିତ ଓଭରରେ ମାତ୍ର ୧୦୭ ରନ୍ କରିବାକୁ ସକ୍ଷମ ହୋଇଥିଲା କିୱି ଦଳ । ୧୦୮ ରନର ବିଜୟଲକ୍ଷ୍ୟକୁ ଅତି ସହଜରେ ହାସଲ କରି ନେଇଥିଲା ଭାରତୀୟ ଦଳ । ମାତ୍ର ୧୪.୨ ଓଭରରେ ୨ଟି ୱିକେଟ ହରାଇ ଏହି ବିଜୟଲକ୍ଷ୍ୟ ହାସଲ କରିଥିଲା ଟିମ୍ ଇଣ୍ଡିଆ । ପୁଣିଥରେ ଶ୍ୱେତା ଶେରାୱତ ଦମଦାର ପ୍ରଦର୍ଶନ କରିଥିଲେ । ମାତ୍ର ୪୫ ବଲରୁ ୬୧ ରନର ଇନିଂସ ଖେଳି ଭାରତର ବିଜୟକୁ ସହଜ କରିଥିଲେ ଶେରାୱତ । ସେହିଭଳି ସୌମ୍ୟାଙ୍କ ବ୍ୟାଟରୁ ୨୨ ରନ ଆସିଥିବା ବେଳେ ଅଧିନାୟିକା ଶେଫାଳୀ ବର୍ମାଙ୍କ ବ୍ୟାଟରୁ ମାତ୍ର ୧୦ ରନ ଆସିଥିଲା ।

ଭାରତ ପକ୍ଷରୁ ପାଶ୍ୱୀର୍ ଚୋପ୍ରା ୨୦ ରନ ବିନିମୟରେ ୩ଟି ୱିକେଟ ହାସଲ କରିଥିବା ବେଳେ ଟି.ସାଧୁ, ମନ୍ନତ କଶ୍ୟପ, ଶେଫାଳୀ ବର୍ମା, ଅର୍ଚ୍ଚନା ଦେବୀ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।