କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ଟି-୨୦ ସିରିଜ୍ । ଭାରତୀୟ ଦଳକୁ ଫେରିବେ ନିୟମିତ ଅଧିନାୟକ ରୋହିତ ଶର୍ମା । କରୋନା ସଂକ୍ରମିତ ହୋଇଥିବାରୁ ଇଂଲଣ୍ଡ ବିପକ୍ଷ ପଂଚମ ଟେଷ୍ଟ ଖେଳିପାରିନଥିଲେ ରୋହିତ । ଏବେ କରୋନାରୁ ସୁସ୍ଥ ହେବା ପରେ ଦଳର ନେତୃତ୍ୱ ନେବା ପାଇଁ ପୂରା ପ୍ରସ୍ତୁତ ଅଛନ୍ତି ରୋହିତ ଶର୍ମା ।

Advertisment

କେ.ଏଲ୍ ରାହୁଲଙ୍କ ଅନୁପସ୍ଥିତିରେ ଇଶାନ କିଷନ ପୁଣି ଥରେ ପାଳି ଆରମ୍ଭ କରିବେ । ସେହିପରି ବିରାଟ କୋହଲୀ ନଥିବାରୁ ଦୀପକ ହୁଡ୍ଡା ତୃତୀୟ ଓ ସୂର୍ଯ୍ୟକୁମାର ଯାଦବ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବେ । ହାର୍ଦ୍ଦିକ ପାଣ୍ଡ୍ୟା ପଂଚମ ସ୍ଥାନରେ ବ୍ୟାଟିଂ କରିବା ପରେ ଦୀନେଶ କାର୍ତିକ ଷଷ୍ଠ ସ୍ଥାନରେ ଆସିବେ । ଅଲରାଉଣ୍ଡର ଅକ୍ଷର ପଟେଲ ବି ଚୂଡାନ୍ତ ଏକାଦଶରେ ସାମିଲ ହୋଇପାରନ୍ତି । ଯୁଝବେନ୍ଦ୍ର ଚହଲ ଏକମାତ୍ର ସ୍ପିନର ଭାବେ ଦଳରେ ରହିବେ ।