ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ । ଟସ୍ ଜିତି ଭାରତର ବ୍ୟାଟିଂ, ଶୁଭମାନଙ୍କ ୱିକେଟ ସହ ଭାରତକୁ ଲାଗିଲା ପ୍ରାରମ୍ଭିକ ଝଟକା ।

76

କନକ ବ୍ୟୁରୋ : ଭାରତ ଓ ଇଂଲଣ୍ଡ୍‌ ମଧ୍ୟରେ ଚେନ୍ନାଇରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟ୍‍ କ୍ରିକେଟ୍‌ ମ୍ୟାଚରେ ଟସ୍‌ ଜିଣି ଭାରତ ପ୍ରଥମେ ବ୍ୟାଟିଂ କରି ୮.୧ ଓଭର୍‌ରେ ୧ ଓ୍ଵିକେଟ୍‌ ବିନିମୟରେ ୩୦ ରନ୍‌ କରିଛି।

ଭାରତ ପକ୍ଷରୁ ପ୍ରାରମ୍ଭିକ ଯୋଡି ଭାବେ ଶୁଭମାନ୍ ଗିଲ ଓ ରୋହିତ ଶର୍ମା ମୈଦାନକୁ ଓହ୍ଲାଇଥିଲେ । ତେବେ ପ୍ରାରମ୍ଭରୁ ହିଁ ଭାରତକୁ ବଡ ଝଟକା ଲାଗିଥିଲା । କୌଣସି ରନ୍ ହେବା ପୂର୍ବରୁ ଓଲି ଷ୍ଟୋନଙ୍କ ବଲରେ ଏଲବିଡବ୍ଲୁ ହୋଇ ପ୍ୟାଭିଲିୟନ ଫେରିଥିଲେ ଯୁବ ବ୍ୟାଟସମ୍ୟାନ ଶୁଭମାନ ଗିଲ୍ । ଶୁଭମାନଙ୍କ ୱିକେଟ ପତନ ପରେ ରୋହିତ ଓ ପୂଜାରା ବ୍ୟାଟିଂ କରୁଛନ୍ତି । ରୋହିତ ୨୩ ଓ ପୂଜାରା ୭ ରନ୍ କରି କ୍ରିଜରେ ରହିଛନ୍ତି ।

ଏହାପୂର୍ବରୁ ପ୍ରଥମ ଟେଷ୍ଟ ମ୍ୟାଚରେ ପରାଜିତ ହୋଇଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ମ୍ୟାଚରେ ଦୁଇଟି ପରିବର୍ତ୍ତନ କରିଛି । ବୁମରାହା, ୱାସିଂଟନ ସୁନ୍ଦର ଓ ସାହାବାଜ ନଦୀମଙ୍କୁ ବସାଇ ତାଙ୍କ ସ୍ଥାନରେ ମହମ୍ମଦ ସିରାଜ, କୁଳଦୀପ ଯାଦବ ଓ ଅକ୍ଷର ପଟେଲଙ୍କୁ ଦଳ ସୁଯୋଗ ଦେଇଛି । ଏହି ମ୍ୟାଚରେ ଖେଳିବାକୁ ସୁଯୋଗ ପାଇବା ସହ ଅକ୍ଷର ପଟେଲ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଛନ୍ତି । ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଖେଳିବାକୁ ହେଲେ ଭାରତକୁ ଇଂଲଣ୍ଡ ବିପକ୍ଷ ସିରିଜତ ଜିତିବା ସହ କୌଣସି ମ୍ୟାଚ୍ ନ ହାରିବାର ଆବଶ୍ୟକତା ରହିଛି ।