ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଶତକରୁ ବଞ୍ଚିଲେ ରିଷଭ ପନ୍ତ । ତୃତୀୟ ଦିନ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆର ସ୍କୋର ୨୫୭

217

କନକ ବ୍ୟୁରୋ: ଚେନ୍ନାଇରେ ଚାଲିଥିବା ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଲଢିଛି ଟିମ୍ ଇଣ୍ଡିଆ । ରିଷଭ ପନ୍ତ ଓ ଚିତେଶ୍ୱର ପୂଜାରାଙ୍କ ଇଂନିସ ବଳରେ ଦଳ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୬ ୱିକେଟ୍ ହରାଇ ୨୫୭ ରନ୍ ସଂଗ୍ରହ କରିଛି । ହାତରେ ଏବେ ମାତ୍ର ୪ଟି ୱିକେଟ୍ ବାକି ଥିଲେ ବି ଦଳ ୩୨୧ ରନ୍ ପଛରେ ପଡିଛି ।

ଗତକାଲିର ଦମଦାର ଇଂନିସ ପରେ ଇଂଲଣ୍ଡ ଆଜି ୫୭୮ ରନରେ ଅଲଆଉଟ୍ ହୋଇଯାଇଥିଲା । ଅଧିନାୟକ ଜୋ ରୁଟ୍ ଏଥିରେ ୨୧୮ ରନର ଦମଦାର ଇଂନିସ ଖେଳିଥିଲେ । ଏହାପରେ ଭାରତ ନିଜର ପାଳି ଆରମ୍ଭ କରିଥିଲା । ତେବେ ଦଳୀୟ ସ୍କୋର ମାତର୍ ୧୯ ରନ ଥିବାବେଳେ ରୋହିତ ଶର୍ମା ଆଉଟ୍ ହୋଇଥିଲେ । ଏହାପରେ ଦଳ ଶହେ ରନ୍ ଭିତରେ ୪ଟି ୱିକେଟ୍ ହରାଇ ସଂଘର୍ଷ କରୁଥିଲା । ଏହି ସମୟରେ ରିଷଭ ପନ୍ଥଙ୍କ ସହ ମିଶି ଚିତେଶ୍ୱର ପୂଜାରା କିଛି ଦର୍ଶନୀୟ ସଟ୍ ଖେଳିଥିଲେ ।

ରିଷଭ ପନ୍ଥ ଧୁଆଁଧାର ବ୍ୟାଟିଂ ଜାରି ରଖିବା ସହିତ ମାତ୍ର ୮୮ ବଲରୁ ୯୧ ରନ କରିଥିଲେ । ସେହିପରି ପୂଜାରା ୧୪୩ ବଲରୁ ୭୩ ରନ କରିଥିଲେ । ଅବଶ୍ୟ ତୃତୀୟ ଦିନର ଶେଷ ଆଡକୁ ଦଳ ଦୁହିଁଙ୍କ ୱିକେଟ୍ ହରାଇଥିଲା । ଏହାପରେ ୱାସିଂଟନ ସୁନ୍ଦର ଓ ଆର ଅଶ୍ୱିନୀ ଦଳ ପାଇଁ ବ୍ୟାଟିଂ ଜାରି ରଖିଛନ୍ତି ।