କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଚତୁର୍ଥ ଟି-୨୦ରେ ପ୍ରଥମେ ବ୍ୟାଟିଂ କରିବ ଭାରତ । ଟିମ୍ ଇଣ୍ଡିଆ ପାଇଁ କର ବା ମର ଏହି ମ୍ୟାଚରେ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଇଂଲଣ୍ଡ ଦଳଠାରୁ ନିମନ୍ତ୍ରଣ ପାଇଛି । ଗୁରୁବାର ମ୍ୟାଚରେ ଟସ୍ ଜିତି ଇଂଲଣ୍ଡ ଅଧିନାୟକ ବୋଲିଂ କରିବାକୁ ନିଷ୍ପତ୍ତି ନେବା ସହିତ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ବିରାଟ ବାହିନୀ ।

Advertisment

ସିରିଜରେ ଏବେ ୧-୨ରେ ପଛୁଆ ଥିବା ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି । କାରଣ ଏହି ମ୍ୟାଚ ଉପରେ ହିଁ ସିରିଜର ଟ୍ରଫି ନିର୍ଭର କରୁଛି । ଯଦି ଭାରତ ଏହି ମ୍ୟାଚ୍ ହାରିଯାଏ ତେବେ ଇଂଲଣ୍ଡ ସିରିଜ୍ କବଜା କରିନେବ । ଆଉ ଯଦି ବିରାଟ ବାହିନୀ ଏହି ମ୍ୟାଚ୍ ଜିତେ ତେବେ ଶେଷ ଟି-୨୦ ନିର୍ଣ୍ଣାୟକ ସାବ୍ୟସ୍ତ ହେବ । ତେବେ ଏହି ମ୍ୟାଚରେ ଭାରତୀୟ ଦଳ ଦୁଇଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଛି । ଚହଲଙ୍କ ସ୍ଥାନରେ ରାହୁଲ ଚହର ଦଳକୁ ଫେରିଥିବାବେଳେ ଇଷାନ କିଷାନ ଆହତ ଥିବାରୁ ତାଙ୍କ ବଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିଛି ।