କନକ ବ୍ୟୁରୋ: କରୋନା କାଳରେ କେମିତି ପ୍ରଦର୍ଶନ କରିଛି ଭାରତୀୟ ଅର୍ଥନୀତି । ସଂସଦରେ ଉପସ୍ଥାପନ ହୋଇଛି ୨୦୨୦-୨୧ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ବିତ୍ତିୟ ବର୍ଷର ସର୍ଭେ ରପୋର୍ଟକୁ ଆଗତ କରିଛନ୍ତି । ବିଶ୍ୱ ମହାମାରୀ କରୋନା କାଳରୁ ଦେଶର ଅର୍ଥନୀତି ଦୁର୍ବଳ ହୋଇଛି । ୭ଦଶମିକ ୭ ପ୍ରତିଶତ ରହିଛି ଜିଡ଼ିପି ଅଭିବୃଦ୍ଧି ।
ମାତ୍ର ଏପ୍ରିଲ-ଜୁନ୍ ତ୍ରୈମାସରେ ଜିଡ଼ିପି ଅଭିବୃଦ୍ଧି ୨୩ ଦଶମିକ ୯ ପ୍ରତିଶତ ଥିବାବେଳେ ଦ୍ୱିତୀୟ ତ୍ରୈମାସରେ ଏହା ୭ଦଶମିକ ୫ ପ୍ରତିଶତକୁ ଖସି ଆସିଛି । କିନ୍ତୁ ଆଗାମୀ ଆର୍ଥିକ ବର୍ଷରେ ଜିଡ଼ିପି ଅଭିବୃଦ୍ଧି ୧୧ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେଭି ସୁବ୍ରମଣ୍ୟମଙ୍କ ନେତୃତ୍ୱରେ ଅର୍ଥନୈତିକ ସର୍ଭେ ରପୋର୍ଟ ପ୍ରସ୍ତୁତ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/11-34.jpg)