ବିମାନ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍: ବିଦେଶରୁ ଫେରିଲେ ଏଣିକି ସରକାରୀ କ୍ୱାରେନଟିନରେ ରହିବା ବାଧ୍ୟ ନୁହେଁ

କରୋନା ନେଗେଟିଭ ରିପୋର୍ଟ ଦେଖାଇ ଘରକୁ ଯାଇପାରିବେ ଯାତ୍ରୀ: ଅଗଷ୍ଟ ୮ରୁ ଲାଗୁୁ ହେବ ନୂଆ ନିୟମ

375

କନକ ବ୍ୟୁରୋ: ବିମାନ ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ଏଣିକି ବିମାନଯାତ୍ରୀ, ସରକାରୀ ସଙ୍ଗରୋଧରେ ରହିବା ଆଉ ବାଧ୍ୟତାମୂଳକ ରହିବ ନାହିଁ । ସେମାନେ ଚାହିଁଲେ ଘରକୁ ଯାଇପାରିବେ । ତେବେ ଏଥିପାଇଁ ତାଙ୍କୁ କୋରନା ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡିବ । ଏବଂ ଯାତ୍ରୀଙ୍କୁ ଏହି ପରୀକ୍ଷା ଯାତ୍ରାର ୯୬ଘଂଟା ପୂର୍ବରୁ କରିବାକୁ ପଡିବ । ତେବେ ଯାଇ ତାଙ୍କୁ ଆଉ ସରକାରୀ କ୍ୱାରେଂଟିନର ଆବଶ୍ୟକତା ପଡିବ ନାହିଁ ।

ଅଗଷ୍ଟ ୮ ତାରିଖରୁ ନୂଆ ଗାଇଡଲାଇନ୍ ଲାଗୁ ହେବ । ଗର୍ଭବତୀ, ଗୁରୁତର ଆହତ, ରୋଗୀ ଏବଂ ସମ୍ପର୍କୀୟଙ୍କ ମୃତ୍ୟୁ ପାଇଁ ଭାରତ ଫେରୁଥିବା ଯାତ୍ରୀ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଦେଖାଇଲେ ୧୪ ଦିନ ଘରୋଇ ସଂଗରୋଧରେ ରହିପାରିବେ । ବିଦେଶରୁ ଭାରତ ଫେରୁଥିବା ଯାତ୍ରୀ ପୂର୍ବରୁ ୭ଦିନ ସରକାରୀ ସଙ୍ଗରୋଧ ଏବଂ ଅନ୍ୟ ୭ଦିନ ଘରୋଇ ସଂଗରୋଧରେ ରହିବାକୁ ପଡୁଥିଲା । ଏବେ ଯାତ୍ରୀ ଚାହିଁଲେ ୧୪ ଦିନ ଘରୋଇ ସଂଙ୍ଗରୋଧରେ ରହିପାରିବେ ।