ଦୀର୍ଘଦିନ ହେବ ଜାରି ରହିଛି ଭାରତ-ଚୀନ ସୀମା ବିବାଦ । ଲଦାଖ ପୋଷ୍ଟରେ କେ-୯ ତୋପକୁ ମୁତୟନ କଲା ଭାରତ

146

କନକ ବ୍ୟୁରୋ : ଦୀର୍ଘ ଦିନ ହେବ ଭାରତ-ଚୀନ ସୀମା ବିବାଦ ଜାରି ରହିଛି । ଏହା ଭିତରେ ଚୀନକୁ ସର୍ତକ କରାଇ ଲଦାଖ ଫରୱାଡ ପୋଷ୍ଟରେ କେ-୯-ବଜ୍ର ତୋପକୁ ମୁତୟନ କରାଯାଇଛି । ୨୦୧୮ ମସିହାରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହି ଶକ୍ତିଶାଳୀ ସ୍ୱୟଂଚାଳିତ କେ-୯-ବଜ୍ର ହାୱଟିଜର ତୋପକୁ ଭାରତୀୟ ସେନାରେ ସାମିଲ କରାଇଥିଲେ ।

ଏହି ତୋପର ଓଜନ ୫୦ଟନ ରହିଥିବାବେଳେ ପ୍ରାୟ ୪୩କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରେ । ୨୦୧୭ ମସିହାରେ ସାଉଥ କୋରିଆ ସହ ପ୍ରାୟ ୪୫ଶହ କୋଟି ବ୍ୟୟରେ ଏହି ପ୍ରତିରକ୍ଷା ଚୁକ୍ତି କରିଥିଲା ଭାରତ । ଏହି ଚୁକ୍ତିରେ ଭାରତକୁ ପ୍ରାୟ ୧୦୦ଟି କେ-୯-ବଜ୍ର ତୋପ ଦେବ ସାଉଥକୋରିଆ । ସାଉଥକୋରିଆର ହାନବା ଟେକବିନ ସହ ଏକାଠି ମିଶି ଗୁଜରାଟର ହଜାରୀ ପ୍ଲାଂଟରେ ଏହି ତୋପଗୁଡିକ ନିର୍ମାଣ  କରୁଛି ଭାରତ ।