କନକ ବ୍ୟୁରୋ: ଭାରତର କୋଭିଡଜନିତ ଏଭଳି ସଂକଟଜନକ ପରିସ୍ଥିତି ଲାଗି ରହିଛି । ଏହି ସମୟରେ ଆମେରିକାରେ ଗଚ୍ଛିତ ଥିବା କୋଭିଡ ଟିକା ଏବଂ ଅନ୍ୟାନ୍ୟ ଜୀବନ ରକ୍ଷାକାରୀ ଭେଷଜ ସାମଗ୍ରୀ ତୁରନ୍ତ ରପ୍ତାନି ପାଇଁ ବାଇଡେନ୍ ପ୍ରଶାସନ ଉପରେ ପ୍ରବଳ ଚାପ ପଡ଼ୁଛି । ଏପରିକି ଆମେରିକାର ଚାମ୍ବର୍ସ ଅଫ୍ କମର୍ସ ସମେତ ଆଇନଜୀବୀ ସଂଘ ଓ ପ୍ରମୁଖ ଭାରତୀୟ ଆମେରିକୀୟମାନେ ସଂପୃକ୍ତ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକୁ ଯଥାଶୀଘ୍ର ସମ୍ଭବ ଭାରତ ପଠାଇବା ଉପରେ ଗୁରୁତ୍ୱରୋପ କରିଛନ୍ତି ।
ବିଶ୍ୱରେ ସମ୍ପିହାମାରୀ କୋଭିଡ ୧୯ ସବୁଠୁ କରାଳ ରୂପ ଧାରଣ କରିଛି । ଏଭଳି ସମୟରେ ଆମେରିକା ପାଖରେ କୋଟି କୋଟି ସଂଖ୍ୟାର ଆଷ୍ଟ୍ରାଜେନେକା ଓ ଅନ୍ୟାନ କୋଭିଡ ଟିକା ମହଜୁଦ ରହିଛି । ଏହି ଟିକା ସମେତ ବିଭିନ୍ନ ଜୀବନ ରକ୍ଷାକାରୀ ଭେଷଜ ସମାଗ୍ରୀ ଭାରତ ଓ ବ୍ରାଜିଲ ପରି ଭୀଷଣ ଭାବେ ପ୍ରଭାବିତ ରାଷ୍ଟ୍ରଙ୍କୁ ପଠାଇବା ଲାଗି ଚାମ୍ବର ଅଫ୍ କମର୍ସ ୱାସିଂଟନକୁ ବାଧ୍ୟ କରିଛି ବୋଲି ସଂସ୍ଥାର ଉପାଧ୍ୟକ୍ଷ ତଥା ଆନ୍ତର୍ଜାତିକ ବ୍ୟାପାର ମୁଖ୍ୟ ମାଇରନ୍ ବ୍ରିଲିଆଂଟ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/10-24.jpg)