କନକ ବ୍ୟୁରୋ : ଚଳିତ ଏସିଆ କପରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ଭାରତ । ସୁପର-୪ ରାଉଣ୍ଡରେ ଘରୋଇ ଶ୍ରୀଲଙ୍କାକୁ ୪୧ ରନରେ ପରାସ୍ତ କରି ଫାଇନାଲକୁ ଯାଇଛି ଟିମ୍ ଇଣ୍ଡିଆ । ଏକ ରୋମାଞ୍ଚକର ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୧୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଓପନର ଅଧିନାୟକ ରୋହିତ ଶର୍ମା ଓ ଶଭୁମନ ଗିଲ ସତର୍କତାର ସହ ଖେଳିଥିଲେ । ରୋହିତ ଶର୍ମା ୧୫ ତମ ଖେଳାଳି ଭାବେ ଦିନିକିଆ କ୍ରିକେଟର ୧୦ ହଜାର ରନ୍ ପୂରଣ କରିବା ସହ ଅର୍ଦ୍ଧଶତକ କରିଥିଲେ । ପ୍ରଥମେ ମାତ୍ର ୧୯ ରନ୍ କରି ଆଉଟ୍ ହୋଇଥିଲେ ଶୁଭମନ ଗିଲ ।

Advertisment

publive-image

ପରେ ବିରାଟ କୋହଲୀ ମଧ୍ୟ ମାତ୍ର ୩ ରନ୍ କରି ପ୍ୟାଭିଲୟନ୍ ଫେରିଥିଲେ । ରୋହିତ ଶର୍ମା ୭ ଚୌକା ଓ ୨ଟି ଛକ୍କା ବଳରେ ୫୩ ରନ୍ କରି ଆଉଟ୍ ହୋଇଥିଲେ । ଏହା ପରେ ରାହୁଲ ଓ ଇଶାନ କିଷନ ଲଢୁଆ ବ୍ୟାଟିଂ କରି ୬୩ ରନ୍ ଯୋଡିଥିଲେ । ଶ୍ରୀଲଙ୍କା ପକ୍ଷରୁ ଦୁନିଥ ୱେଲାଲଗେ ୫ଟି ୱିକେଟ୍ ନେଇଥିଲେ । ଏହା ସହ ସେ ଏକ ଅର୍ଦ୍ଧଶତୀୟ ଇନିଂସ ଖେଳିଥିଲେ । ଏହା ସତ୍ୱେ ଘରୋଇ ଦଳ ଶ୍ରୀଲଙ୍କା ୧୭୨ ରନରେ ଅଲ୍ଆଉଟ୍ ହୋଇଯାଇଥିଲା । ପୁଣି ଥରେ କୁଲଦୀପ ଯାଦବଙ୍କ କମାଲ ଦେଖିବାକୁ ମିଳିଥିଲା । କୁଲଦୀପ ୪ଟି ୱିକେଟ୍ ନେଇଥିବା ବେଳେ ବୁମରା ଓ ଜାଡେଜା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।