ସଂକ୍ରମଣ ମାମଲାରେ ୟୁନାଇଟେଡ କିଙ୍ଗଡମକୁ ଟପି ଚତୁର୍ଥ ସ୍ଥାନରେ ପହଞ୍ଚିଲା ଭାରତ । ୱାଲଡୋ ମିଟର ରିପୋର୍ଟ, ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୯୭ହଜାର ୨୦୫

କ୍ରମାଗତ ସପ୍ତମ ଦିନରେ ୯ହଜାର ୫୦୦ କରୋନା ସଂକ୍ରମିତ ମାମଲା । ଗୋଟିଏ ଦିନରେ ୩୦୦ରୁ ଅଧିକ କରୋନା ମୃତ୍ୟୁ

340

କନକ ବ୍ୟୁରୋ: କରୋନା ସଂକ୍ରମଣ ମାମଲାରେ ୟୁନାଇଟେଡ କିଙ୍ଗଡମକୁ ଅତିକ୍ରମ କରି ଚତୁର୍ଥ ସ୍ଥାନରେ ପହଂଚିଛି ଭାରତ । ୱାଲଡୋ ମିଟର ରିପୋର୍ଟ ଅନୁସାରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଂଚିଛି ୨ଲକ୍ଷ ୯୭ହଜାର ୨୦୫ରେ । କ୍ରମାଗତ ଭାବେ ସପ୍ତମ ଦିନ ପାଇଁ ୯ହଜାର ୫୦୦ କରୋନା ସଂକ୍ରମିତ କେସ ରେଜିଷ୍ଟର ହୋଇଛି । ସେହିପରି ଗୁରୁବାର ଗୋଟିଏ ଦିନରେ ୩୦୦ରୁ ଅଧିକ କରୋନା ମୃତ୍ୟୁ ଘଟିଛି । ୱାଲଡୋ ମିଟର ରିପୋର୍ଟ ଅନୁସାରେ କରୋନା ସଂକ୍ରମଣରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଆମେରିକାରେ ୨୦ଲକ୍ଷ ୭୬ହଜାର ୪୯୫ଟି ମାମଲା, ବ୍ରାଜିଲରେ ୭ଲକ୍ଷ ୮୭ହଜାର ୪୮୯ଟି ମାମଲା, ଏବଂ ଋଷିଆରେ ୫ଲକ୍ଷ ୨ହଜାର ୪୩୬ଟି ମାମଲା ରହିଛି ।

ପ୍ରଥମ ସ୍ଥାନରେ ଆମେରିକା, ଦ୍ୱିତୀୟ ସ୍ଥାନରେ ବ୍ରାଜିଲ ଏବଂ ତୃତୀୟ ସ୍ଥାନରେ ରହିଛି ଋଷିଆ । ଭାରତରେ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ମୋଟ ୮ହଜାର ୧୦୨ଜଣଙ୍କ ମଧ୍ୟରୁ ମହାରାଷ୍ଟ୍ର ସବୁଠୁ ଆଗରେ ରହିଛି । ଏଠାରେ ମୋଟ ୩ହଜାର ୪୩୮ଜଣ ପ୍ରାଣ ହରାଇଛନ୍ତି । ସେହିପରି ଗୁଜରାଟରେ ୧,୩୪୭, ଦିଲ୍ଲୀରେ୯୮୪, ମଧ୍ୟପ୍ରଦେଶରେ ୪୨୭, ପଶ୍ଚିମବଙ୍ଗରେ୪୩୨, ତାମିଲନାଡୁରେ ୩୨୬, ଉତର ପ୍ରଦେଶରେ ୩୨୧, ରାଜସ୍ଥାନରେ ୨୫୯ ଏବଂ ତେଲେଙ୍ଗାନାରେ ୧୫୬ଜଣଙ୍କ ମୃତ୍ୟୁ ହୋଇଛି ।